ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ, ସୂଚନା ଦେଲେ ଅତିରିକ୍ତ ନିର୍ବାଚନ ଅଧିକାରୀ

ଆଜି ରାଜ୍ୟରେ ଚଳିତ ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଛି  । ସକାଳ ସାଢ଼େ ୫ଟାରୁ ମକ୍ ଭୋଟିଂ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ସ୍ଥାନରେ ଭିଭିପାଟ ଖରାପ ଥିବା ଜଣାପଡ଼ିବା ପରେ ସେସବୁକୁ ବଦଳା ଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ଏନ୍. ତିରୁମାଲା ନାୟକ ।

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜ୍ୟରେ ଚଳିତ ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଆରମ୍ଭ ହୋଇଛି । ସକାଳ ସାଢ଼େ ୫ଟାରୁ ମକ୍ ଭୋଟିଂ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ସ୍ଥାନରେ ଭିଭିପାଟ ଖରାପ ଥିବା ଜଣାପଡ଼ିବା ପରେ ସେସବୁକୁ ବଦଳା ଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଅତିରିକ୍ତ ନିର୍ବାଚନ ଅଧିକାରୀ ଏନ୍. ତିରୁମାଲା ନାୟକ । ବର୍ତ୍ତମାନ ୫ଟି ଲୋକସଭା କ୍ଷେତ୍ରର ୩୫ଟି ବିଧାନସଭା ଆସନରେ ଚାଲିଛି ମତଦାନ । ୯୧୬୨ ବୁଥ୍ ରେ ଭୋଟ୍ ଗ୍ରହଣ ସୁରୁଖୁରୁରେ ଆରମ୍ଭ ହୋଇଛି । ମକପୋଲ ସମୟରେ ତ୍ରୁଟି ପାଇଁ ୧୨୫ଟି ଭିଭିପ୍ୟାଟକୁ ପରିବର୍ତ୍ତନ କରାଯାଇଛି । ସେହିପରି ୪୦ଟି ଭିୟୁ, ୬୦ଟି ସିୟୁ କୁ ବଦଳା ଯାଇଥିବା ସେ ସୂଚନା ଦେଇଛନ୍ତି । ଭୋଟରମାନେ ଅଧିକ ସଂଖ୍ୟାରେ ଆସି ମତଦାନ କରିବାକୁ ଅତିରିକ୍ତ ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି ।

ଆଜି ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ହେଉଛି ଭୋଟିଂ । ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ ଆସିକା ଓ କନ୍ଧମାଳ ସହ ପଶ୍ଚିମରେ ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ଆସନ ଗୁଡ଼ିକରେ ମତଦାନ ଆରମ୍ଭ ହୋଇଛି । ପ୍ରାୟ ୮୦ ଲକ୍ଷ ଭୋଟର ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୫ ଲୋକସଭା କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

 

Leave A Reply

Your email address will not be published.