ଭୀମ୍‌ସାର ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ, ବାହାରି ପାରୁନି ସମାଧାନର ବାଟ

ସମ୍ବଲପୁର(କେନ୍ୟୁଜ୍) : ବାହାରି ପାରୁନି ସମାଧାନର ବାଟ । ତୁଟୁନି ବିବାଦ । ୧୫ ଦିନରେ ପହଞ୍ଚିଲାଣି ବୁର୍ଲା ଭୀମ୍‌ସାର ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ । ଭୀମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କ ବଦଳି ଦାବିରେ ଜୁନିଅର ଡାକ୍ତର ସଂଘର ଆନ୍ଦୋଳନ ଚଳାଇଛି । ୧୦ ଦଫା ଦାବି ନେଇ ଜେଡିଏ ପକ୍ଷରୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆନ୍ଦୋଳନରେ ବସିଛନ୍ତି ।

vimmsa ଏମାନଙ୍କ ସହ ନର୍ସିଂ ଛାତ୍ରୀ ଓ ଠିକା କର୍ମଚାରୀ ସାମିଲ ହୋଇଛନ୍ତି । ଫଳରେ ଭୀମସାରରେ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା । ଏଠାକୁ ଆସୁଥିବା ରୋଗୀ ସ୍ୱାସ୍ଥ୍ୟସେବା ପାଇ ପାରୁନଥିବା ଅଭିଯୋଗ ହୋଇଛି । ସେପଟେ ନିର୍ଦ୍ଦେଶକଙ୍କ ବିରୋଧରେ ଜେଡିଏ ଆଣିଥିବା ଅଭିଯୋଗର ତଦନ୍ତ କରିଛି ଏକ ୪ଜଣିଆ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like