ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ୟାମ୍ପସ ବାହାରେ ରାଗିଂ, ଥାନାରେ ଲିଖିତ ଅଭିଯୋଗ କଲେ ବିଟେକ୍‌ ଦ୍ଵିତୀୟ ବର୍ଷର ଛାତ୍ର

ସମ୍ବଲପୁର(କେନ୍ଯୁଜ୍): ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ୟାମ୍ପସ ବାହାରେ ରାଗିଂ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଟେକ୍‌ ପ୍ରଡକ୍ସନ ଇଂଜିନିୟରିଂର ଦ୍ଵିତୀୟ ବର୍ଷର ଜଣେ ଛାତ୍ର । ଏନେଇ ଛାତ୍ର ଜଣକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଛାତ୍ର ଜଣକ ସଂଧ୍ୟାରେ ର୍କିବା ଛକକୁ ନିଜର ଜଣେ ପୁଅ ସାଙ୍ଗ ସହିତ ଜଳଖିଆ ଖାଇବାକୁ ଆସିଥିଲେ ।

ସେହି ସମୟରେ ତାଙ୍କର ୬ଜଣ ସିନିୟର ଆସି ନାଁ ପଚାରିବା ପରେ ମାଡ ମାରିଥିଲେ । ଏହି ଘଟଣା ନେଇ କୌଣସି ସ୍ଥାନରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏପିରିକି ସିନିୟର ମାନେ ନିଶା ସେବନ କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.