ଭିସୁଟକୁ ସେଣ୍ଟର ଅଫ୍‌ ଏକ୍ସଲେନ୍‌ସିରେ ପରିଣତ କରାଯିବ, ମାଷ୍ଟର ପ୍ଲାନ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି

ସମ୍ବଲପୁର(କେନ୍ୟୁଜ୍): ଭିସୁଟ୍‌ର ବିକାଶ ପାଇଁ ୧ ହଜାର କୋଟି ଟଙ୍କା ଦେବାକୁ ପ୍ରସ୍ତାବ। ମାଷ୍ଟର ପ୍ଲାନ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଏହାକୁ ସେଣ୍ଟର ଅଫ୍‌ ଏକ୍ସଲେନ୍‌ସିରେ ପରିଣତ କରାଯିବ। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବର୍ତ୍ତମାନ ୫ହଜାର ଥିବା ବେଳେ ଏହାକୁ ୧୦ହଜାରକୁ ବୃଦ୍ଧି କରାଯିବାକୁ ଯୋଜନା ରହିଛି।

ଭିସୁଟର ସଂପ୍ରସାରଣ ପାଇଁ ଆହୁରି ୮୦ହଜାର ଏକର ଜମି ଓ ସ୍ଥାୟୀ ପଟ୍ଟା ଦିଆଯିବ। ମୁଖ୍ୟ ସଚିବ ସୁରେଶ ମହାପାତ୍ର ସମ୍ବଲପୁର ଗସ୍ତ କରି ଭିସୁଟ୍‌ରେ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି। ଏହାପରେ ମାଆ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରିବା ସହ ବିକାଶ କାମ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

ସମଲେଇ ମନ୍ଦିରର ଖୁବ୍‌ ଶୀଘ୍ର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ। ସେପଟେ ହୀରାକୁଦ ବନ୍ଧରେ ଫାଟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ସଚିବ। ସର୍ଭେ ଏକ ରୁଟିନ୍‌ ପ୍ରକ୍ରିୟା। ଡ୍ୟାମ୍‌ ସୁରକ୍ଷା ବିଭାଗ ଏହାର ତଦାରଖ କରିଥାଏ। ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ତଥା ଇପିକଲ ଅଧ୍ୟକ୍ଷ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.