ଆସନ୍ତା ନିର୍ବାଚନରେ ଭିଭିପିଏଟି-ଇଭିଏମ୍‌ରେ ହେବ ଭୋଟ୍‌ଗ୍ରହଣ, ସଚେତନତା ରଥର ଶୁଭ ଉଦ୍‌ଘାଟନ

ବାଲେଶ୍ୱର(କେନ୍ୟୁଜ୍) : ୨୦୧୯ ନିର୍ବାଚନରେ ଭିଭିପିଏଟି ଓ ଇଭିଏମ୍‌ରେ ହେବ ଭୋଟ୍‌ଗ୍ରହଣ। ଏଥିପାଇଁ ଆଜିଠୁ ଇଭିଏମ୍‌ ଭିଭିପିଏଟି ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ଗାଁରେ ପରିଭ୍ରମଣ କରିବ ଏହି ସଚେତନତା ଗାଡ଼ି। ବାଲେଶ୍ୱର ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରୁ ସଚେତନତା ରଥର ଶୁଭ ଉଦ୍‌ଘାଟନ କରିଛନ୍ତି ଜିଲ୍ଲାପାଳ। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସମସ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବାଲେଶ୍ୱର ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରୁ ପ୍ରତି ନିର୍ବାଚନ ମଣ୍ଡଳୀରେ ୭ଟି ରଥ ପରିଭ୍ରମଣ କରି ଭିଭିପିଏଟି ଓ ଇଭିଏମ୍‌ରେ ଭୋଟ୍‌ ଗ୍ରହଣ ନେଇ ସଚେତନତା ଅଭିଯାନ ଆରମ୍ଭ ହେବ। ପ୍ରତି ରଥରେ ୫କର୍ମଚାରୀ ପ୍ରତିଦିନ ୪ଟି ପଞ୍ଚାୟତରେ ଡେମୋ ପ୍ରଦର୍ଶନ ସହ ଭିଭିପିଏଟି ଓ ଇଭିଏମ୍‌ ବିଷୟରେ ଲୋକଙ୍କୁ ଅବଗତ କରିବେ।