ସମ୍ବଲପୁରରେ ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ, ଜଣେ ମୃତ ଦୁଇ ଗୁରୁତର

ସମ୍ବଲପୁର(କେନ୍ୟୁଜ୍): କାନ୍ଥ ନେଲା ଜୀବନ। ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ। ସମ୍ବଲପୁର ମହାନଗର ଭାଲୁପାଲି ଗାଁରେ ଏହି ଦୁର୍ଘଟଣା ଘଟଛି। ମୃତକ ଅଜୁ ମୁଣ୍ଡା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରେ ସମସ୍ତେ ଶୋଇଥିବାବେଳେ ବିଳମ୍ବିତ ରାତିରେ କାନ୍ଥଟି ଭୁଷୁଡି ପଡିଥିଲା। ଫଳରେ କାନ୍ଥ ତଳେ ସମସ୍ତେ ଚାପି ହୋଇରହିଥିଲେ। ଘଟଣାସ୍ଥଳରେ ପ୍ରଶସାନିକ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।