ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ: ଜେଜେ ମା’ ମୃତ, ୨ ଗୁରୁତର

ସୁବର୍ଣ୍ଣପୁର : ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ । କାନ୍ଥ ପଡ଼ି ଜେଜେ ମା’ ମୃତ, ୨ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ସହରାପାଲି ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଉଛନ୍ତି ସୁରୁବାଲି ଦୀପ । ଅନ୍ୟ ଦୁଇ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଲଗାଣ ବର୍ଷାରେ ମାଟି କାନ୍ଥଟି ଧଷି ଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଗତକାଲି ରାତିରେ ଜେଜେ ମା’ ଓ ନାତୁଣି ଘରେ ଶୋଇଥିଲେ । ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା । ଘଟଣାସ୍ଥଳରେ ଜେଜେ ମା’ଜୀବନ ଚାଲି ଯାଇଥିଲା । ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ । ୨୨ ବର୍ଷୀୟା ବବି ଦୀପ ଗୁରୁତର ହୋଇଥିବା ବେଳେ ଦୁଇ ବର୍ଷର ନାତୁଣୀ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।