ଲଗାଣ ବର୍ଷାରେ ଭୁଶୁଡିଲା ଘରର କାନ୍ଥ, ଜଣେ ମୃତ

କୋରାପୁଟ (କେନ୍ୟୁଜ): କୋରାପୁଟରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଷୁଡି ଜଣକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କୋରାପୁଟ ସଦର ଥାନା ପାଇକ ଫୁଲବେଡା ଗ୍ରାମର ପରଜା ସାହିର କାନ୍ଥ ଭୁଷୁଢି ଜଣକର ମୃତ୍ୟୁ ଘଟିଛି । ମୃତକର ନାମ ଚନ୍ଦ୍ର ପରଜା । ବିଳମ୍ବିତ ରାତିରେ ଘଟିଛି ଘଟଣା । ରାତିରେ ଶୋଇଥିବାବେଳେ କାନ୍ଥ ଭୁଶୁଡି ଉପରେ ପଡିଯିବାରୁ ମୃତ ହୋଇଥିବା ଅଭିଯୋଗ । କୋରାପୁଟ ସଦର ଥାନା ପୋଲିସ ଓ ଦଶମନ୍ତପୁର ବିଡିଓ କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି । ପାଇକଫୁଲବେଡା ପଂଚାୟତର ସରପଞ୍ଚ ମହେଶ୍ବର ଗାଦବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.