Below header

ସନଷ୍ଟେ୍ରାକ୍‌ ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ପଖାଳ ଓ କାଇ ଚଟଣୀ

ଦିନକୁ ଦିନ ବଢ଼ି ଚାଲିଛି ତାତି । ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗରମ ଗୁଳୁଗୁଳି । ଏହି ଗରମରେ ଅନେକ ଲୋକ ସନଷ୍ଟେ୍ରାକ୍‌ ରେ ଜୀବନ ଗଲାଣି । ତେବେ ଏହି ସନଷ୍ଟେ୍ରାକ୍‌ ରୁ ରକ୍ଷା କରିବ କାଇ ଚଟଣୀ । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା । କିନ୍ତୁ ଏକଥା ସମ୍ପୂର୍ଣ୍ଣ ସତ । ଆପଣ ଅନେକ ପ୍ରକାରର ଚଟଣୀ ଖାଇଥିବେ । ଘରେ ବନେଇ ମଧ୍ୟ ଥିବେ । ହେଲେ ଏହି କାଇ ଚଟଣୀ କେବେ ବନେଇ ଖାଇଛନ୍ତି କି ?

ମୟୁରଭଞ୍ଜ : ଦିନକୁ ଦିନ ବଢ଼ି ଚାଲିଛି ତାତି । ଅସହ୍ୟ ତାତି ସାଙ୍ଗକୁ କଲବଲ କରୁଛି ଗରମ ଗୁଳୁଗୁଳି । ଏହି ଗରମରେ ଅନେକ ଲୋକ ସନଷ୍ଟେ୍ରାକ୍‌ ରେ ଜୀବନ ଗଲାଣି । ତେବେ ଏହି ସନଷ୍ଟେ୍ରାକ୍‌ ରୁ ରକ୍ଷା କରିବ କାଇ ଚଟଣୀ । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ ନା । କିନ୍ତୁ ଏକଥା ସମ୍ପୂର୍ଣ୍ଣ ସତ । ଆପଣ ଅନେକ ପ୍ରକାରର ଚଟଣୀ ଖାଇଥିବେ । ଘରେ ବନେଇ ମଧ୍ୟ ଥିବେ । ହେଲେ ଏହି କାଇ ଚଟଣୀ କେବେ ବନେଇ ଖାଇଛନ୍ତି କି ?

ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ମାନଙ୍କ ପ୍ରମୁଖ ଖାଦ୍ୟ ହେଉଛି କାଇ ଚଟଣୀ । ଜିଆଇ ଟ୍ୟାଗ୍ ମିଳିବା ପରେ ଏବେ ସନଷ୍ଟେ୍ରାକ୍‌ ପାଇଁ ମଧ୍ୟ ଏଥିରେ ଔଷଧୀୟ ଗୁଣ ଥିବା ଦାବି କରିଛି ମୟୁରଭଞ୍ଜ କାଇ ସୋସାଇଟି । କାଇ ପିମ୍ପୁଡି ବିଶେଷ କରି ଜଙ୍ଗଲର ଶାଳ ଏବଂ କରଞ୍ଜ ଗଛ ମାନଙ୍କରେ ରହିଥାନ୍ତି । ଏହି କାଇ ଥଣ୍ଡା ଏବଂ ଖରା ଦିନରେ ଅଧିକ ଦେଖା ଯାଆନ୍ତି । ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାକୁ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରନ୍ତି । ଫ୍ଲୁ ଓ ଥଣ୍ଡା ରୋଗ ଭଲ ହେବା ସହ ଭୋକ ବୃଦ୍ଧି, ଦୃଷ୍ଟିଶକ୍ତି ବୃଦ୍ଧି, ଆଣ୍ଠୁଗଣ୍ଠି ବଥା ଆଦି ବିଭିନ୍ନ ରୋଗର ଉପଶମ ଏହି କାଇ ଚଟଣୀ । ଏଥିରେ ଭିଟାମିନ୍‌, ଆଇରନ, ମାଗ୍ନେସିୟମ, ପୋଟାସିୟମ, ସୋଡିୟମ ଆମିନୋ ଏସିଡ୍‌ ଭଳି ବହୁ ଔଷଧୀୟ ଗୁଣ ଥିବା ଜଣାପଡ଼ିଛି ।

ତେବେ କାଇ ସୋସାଇଟି ପ୍ରତିଷ୍ଠାତା ତଥା ଗବେଷକ ଇଂ ନୟାଧର ପଡିଆଲ । ଖରାଦିନେ ପଖାଳ ସହିତ କାଇ ଚଟଣୀ ଖାଇବା ଦ୍ଵାରା ସନଷ୍ଟେ୍ରାକ୍‌ର ଭୟ ନ ଥାଏ ବୋଲି ସେ ଦାବି କରିଛନ୍ତି । ଆଦିବାସୀଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି କାଇ ଚଟଣୀରେ ବହୁ ଔଷଧୀୟ ଗୁଣ ରହିଥିବା ଦାବି କରି ଆସୁଛି ମୟୁରଭଞ୍ଜ କାଇ ସୋସାଇଟି । ମୟୁରଭଞ୍ଜ କାଇ ସୋସାଇଟିର ପ୍ରତିଷ୍ଠାତା ତଥା ଗବେଷକ ଇଂ ନୟାଧର ପଡିଆଳ ଏ ନେଇ ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ କେତେବେଳେ ଏହି ଲାଲ ପିମ୍ପୁଡି ତଥା କାଇକୁ ସୁସ୍ଵାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ତ ଆଉ କେତେବେଳେ ଏହାକୁ ବ୍ୟବହାର କରି ଥଣ୍ଡା ଜ୍ବର ଓ ନିମୋନିଆରୁ ରକ୍ଷା ପାଇଥାନ୍ତି । ଏହି ଲାଲ ପିମ୍ପୁଡ଼ିକୁ ସିଳରେ ପେଶି ଏଥିରେ ଲୁଣ, ଲଙ୍କା, ଅଦା, ରସୁଣକୁ ମିଶାଇ ବାଟିଥାନ୍ତି । ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଶିଳରେ ବଟାଯାଏ। ତା ପରେ ଯାଇ ଏହାର ଅସଲି ଟେଷ୍ଟ ଆସିଥାଏ । ଏହାକୁ ପିଲାଙ୍କ ସମେତ ବଡମାନେ ବି ବଡ ଆନନ୍ଦରେ ଖାଇଥାନ୍ତି । ବର୍ତ୍ତମାନ ଏହି କାଇ ଚଟଣୀକୁ ନେଇ ବଡ଼ ଦାବି ହୋଇଛି । କାଇ ଚଟଣୀ ଖାଇଲେ ସନ୍‌ଷ୍ଟ୍ରୋକ୍‌ରୁ ରକ୍ଷା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.