ସରପଞ୍ଚଙ୍କ ମନମୂଖୀ କାର୍ଯ୍ୟକଳାପକୁ ବିରୋଧ, ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ୧୧ଜଣ ଓ୍ଵାର୍ଡମେମ୍ବର

କନ୍ଧମାଳ : ବାଟାଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ୧୧ଜଣ ଓ୍ଵାର୍ଡମେମ୍ବର । ବାଟାଗୁଡା ପଞ୍ଚାୟତ ସରପଞ୍ଚଙ୍କ ମନମୂଖୀ କାର୍ଯ୍ୟକଳାପକୁ ବିରୋଧ କରି ଓ୍ଵାର୍ଡମେମ୍ବରମାନେ ତାଲା ପକାଇଛନ୍ତି । ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ନହେବା ସହ ଭତ୍ତା, ଆବାସ ଯୋଜନାରେ ଘର ବଣ୍ଟନରେ ଦୁର୍ନୀତି ଅଭିଯୋଗ ହୋଇଛି । ତେଣୁ ୧୪ଟି ଓ୍ଵାର୍ଡରୁ ୧୧ଜଣ ଓ୍ଵାର୍ଡମେମ୍ବର ଅନାସ୍ଥା ପ୍ରସ୍ତାବ ନେଇ ବାଲିଗୁଡା ବିଡିଓ ଏବଂ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ହେଲେ କିଛି ସୁଫଳ ନମିଳିବାରୁ ସରପଞ୍ଚଙ୍କ ବହିଷ୍କାର ଦାବିରେ ଅନାସ୍ଥା ପ୍ରସ୍ତାବ ଆଣି ତାଲା ପକାଇଛନ୍ତି ।