ଗଜପତି କାଶୀନଗର ଠାରେ ସତର୍କ ସଙ୍କେତ ଟପିଲା ବଂଶଧାରା

ଗଜପତି(କେନ୍ୟୁଜ୍): ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା । ଗଜପତି ଜିଲ୍ଲା କାଶୀନଗର ଠାରେ ସତର୍କ ସଙ୍କେତ ଟପିଲା ବଂଶଧାରା । ସତର୍କ ସଂକେତ ୫୪.୧୦ ମିଟର ଥିବା ବେଳେ ବର୍ତ୍ତମାନ ୫୪.୧୬ ମିଟରରେ ପ୍ରବାହିତ ହେଉଛି ବଂଶଧାରା ।

କାଶୀନଗର ଠାରେ ବିପଦ ସଂକେତ ରହିଛି ୫୪.୬୦ ମିଟର । ଜିଲ୍ଲାରେ ୭୨.୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ହୀଳମଣ୍ଡଳମ ଗୋଟା ବ୍ୟାରେଜର ୨୧ଟି ଗେଟ୍‌ ଖୋଲାଯାଇଛି ।

Leave A Reply

Your email address will not be published.