ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ ପାଇଁ ୧୮ଜଣଙ୍କ ନାଁରେ ଓ୍ଵାରେଣ୍ଟ ନୋଟିସ ଜାରି କଲେ ପୁରୀ ଜିଲ୍ଲାପାଳ

ପୁରୀ(କେନ୍ୟୁଜ୍) : ନିର୍ବାଚନ ପ୍ରଶିକ୍ଷଣରେ ଅନୁପସ୍ଥିତ ପାଇଁ ଓ୍ଵାରେଣ୍ଟ ନୋଟିସ ଜାରି । ୧୮ଜଣଙ୍କୁ ଓ୍ଵାରେଣ୍ଟ ନୋଟିସ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ । ରିପ୍ରେଜେଣ୍ଟେସନ ଅଫ୍‌ ପିପୁଲସ୍‌ ଆକ୍ଟ ଅନୁଯାୟୀ ଏହି ନୋଟିସ ଜାରି କରାଯାଇଛି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରିଜାଇଡିଂ ଅଫିସର ଏବଂ ପାଷ୍ଟ ପୋଲିଂ ଅଫିସରଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ପୁରୀ ଏସସିଏସ କଲେଜରେ ଚାଲିଛି । ପ୍ରଥମ ଦିନରେ ୫ହଜାର ୭ଶହ ୨୫ଜଣ ଅଧିକାରୀଙ୍କୁ ତାଲିମ ଦେବା ବ୍ୟବସ୍ଥା ହୋଇଥିଲା । ହେଲେ ଏଥିରେ ୧୮ଜଣ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ଆଇନ ଅମାନ୍ୟ ଧାରାରେ ପରଓ୍ଵାନା ଜାରି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.