ପୁରୀ ବେଳାଭୂମିରେ ଯୁଦ୍ଧ ଜାହାଜ: ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ, ସାମିଲ ହେବେ ରାଷ୍ଟ୍ରପତି

ପୁରୀ: ପୁରୀ ବେଳାଭୂମିରେ ଯୁଦ୍ଧଭୂମିର ଭ୍ରମ । ଯୁଦ୍ଧ ଜାହାଜ, ଟାଙ୍କ ଓ ହେଲିକପ୍ ଟର ଗର୍ଜରେ କମ୍ପୁଛି ବେଳାଭୂମି । ଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମିରେ ନୌସେନା ଦିବସ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି। ନୌସେନା ଦିବସ ପାଇଁ ଗଜପତି ମହାରାଜଙ୍କୁ ନିମନ୍ତ୍ରଣ କରାଯାଇଛି । ଗଜପତିଙ୍କୁ ଭେଟି ୪ ତାରିଖ ପାଇଁ ନିମନ୍ତ୍ରଣ ଦେଇଛନ୍ତି ନୌସେନାର ବରିଷ୍ଠ ଅଧିକାରୀ ।

ସେପଟେ ଯୁଦ୍ଧାଭ୍ଯାସରେ ୧୪ହେଲିକପଟର, ୧୨ଯୁଦ୍ଧପୋତ ସାମିଲ ହୋଇଛନ୍ତି । କଳାକୌଶଳ ଦେଖାଇଛନ୍ତି ଫାଇଟର ଜେଟ । ନେଭି ଡେ ପାଇଁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପୁରୀରେ ଟ୍ରାଫିକ କଟକଣା କରାଯାଇଛି । ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବିଏନଆର୍ ହୋଟେଲ୍ ଠାରୁ ଆଚାର୍ଯ୍ୟ ହରିହର ଛକ ଏବଂ ପୁରୁଣା ସଦରଥାନା ଛକଠାରୁ ସୁବାଷ ବୋଷ ଛକ ପର୍ଯ୍ୟନ୍ତ ନୋ ଭେଇକିଲ୍ ଜୋନ୍ ହୋଇଛି । ତେବେ ପୁରୀବାସୀଙ୍କ ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ସମୁଦ୍ରକୂଳ ଯିବାକୁ ହେଲେ ଏସିଏସ୍ କଲେଜ ଛକ, ରାମକୃଷ୍ଣ ମିଶନ ଛକ, ଆଚାର୍ଯ୍ୟ ହରିହର ଛକ ଏବଂ ଦିଗବାରେଣୀ ଛକ ପଟେ ଯିବା ଆସିବେ । ନେଭି ଡେରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୌସେନା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେବା ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ।

You might also like