ରାଜ୍ୟ

ଦୁର୍ଘଟଣାର ତିନି ଦିନ ପରେ ମୁହଁ ଖୋଲିଲେ ରାଣୀ ପଣ୍ଡା, ୨୪ ମିନିଟର ଭିଡିଓରେ ବଖାଣିଲେ କାଳ ରାତିର କାହାଣୀ

ଭୁବନେଶ୍ୱର(କେନ୍ୟୁଜ୍): ତିନି ଦିନ ପରେ ମୁହଁ ଖୋଲିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ହେଲେ ଭାବବିହ୍ବଳ। କାନ୍ଦି କାନ୍ଦି ବଖାଣିଲେ ସେହି କାଳ ରାତିର କାହାଣୀ। ସୋସିଆଲ୍ ମିଡିଆରେ ସେୟାର କଲେ ଭିଡିଓ। ଗତ ଶୁକ୍ରବାର ରାତିରେ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ବାଇକ୍‌ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ଯ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଟକ ଜିଲ୍ଲା ଆଠଗଡ଼-ମୁଣ୍ଡଳୀ ରାସ୍ତାର ମେଘା ଜଙ୍ଗଲ ନିକଟରେ ବାଇକ ସହ ରାଣୀ ପଣ୍ଡାଙ୍କର କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା । କାର ଭିତରେ ରାଣୀ ପଣ୍ଡାଙ୍କ ସହ ତାଙ୍କର ଜଣେ ମହିଳା ଓ ପୁରୁଷ ବନ୍ଧୁ ଥିଲେ । ଆଠଗଡ଼ ଥାନା ପୋଲିସ୍ ରାଣୀ ପଣ୍ଡା ଓ ତାଙ୍କ ବନ୍ଧୁଙ୍କୁୁ ଅଟକ ରଖିଥିଲା । ସାତମାଇଲି ନିକଟରେ ଯାତ୍ରା ପରିବେଷଣ ପାଇଁ ଯାଉଥିବା ବେଳେ ତାଙ୍କ କାର୍‌ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା।

ତେବେ ଏହି ଘଟଣା ପରେ ସୋସିଆଲ୍ ମିଡିଆରେ ରାଣୀଙ୍କୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଥିଲା । ଯାହାକୁ ଶୁଣିବା ପରେ ସୋସିଆଲ୍ ମିଡିଆରେ ଭିଡିଓ ମାଧ୍ଯମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଣୀ। କହିଛନ୍ତି ତାଙ୍କର କିଛି ଭୁଲ୍ ନାହିଁ। ସେ ଗାଡି ଚଳାଉନଥିଲେ ବରଂ ତାଙ୍କ ଡ୍ରାଇଭର ଗାଡି ଚଳାଉଥିଲା। ଏହାପରେ କହିଛନ୍ତି ସେ କିମ୍ବା ତାଙ୍କ ଡ୍ରାଇଭର ମଦ୍ଯପାନ କରିନଥିଲେ। ତାଙ୍କ ବିଷୟରେ ଏଭଳି ମିଛ ଗପ ପ୍ରଚାର ନକରିବାକୁ ସେ ଗଣମାଧ୍ଯମକୁ ଅନୁରୋଧ କରିଛନ୍ତି। ସେ ଦୁଇ ଦିନ ହେଲା ଡାକ୍ତରଖାନାରେ ଥିଲେ। ତାଙ୍କୁ ମଧ୍ଯ ଦୁର୍ଘଟଣାରେ ଆଘାତ ଲାଗିଥିଲା।

ଏହାସହ ଉକ୍ତ ଯୁବକଙ୍କ ମୃତ୍ଯୁରେ ସେ ସମ୍ପୂର୍ଣ୍ଣ ମର୍ମାହତ ଥିବା କହିଛନ୍ତି। ତାଙ୍କରି ଗାଡିରେ ଏଭଳି ଦୁର୍ଘଟଣା ଘଟି ଜଣଙ୍କ ମୃତ୍ଯୁ ହୋଇଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ତାଙ୍କ ସକ୍ଷ ମୁତାବକ ମୃତକଙ୍କ ପରିବାରକୁ ସାହାର୍ଯ୍ଯ କରିଛନ୍ତି ଏବଂ ଆଗକୁ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ:

Sonalisa

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

12 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

57 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago