ଛତିଗଡର ଷଡଯନ୍ତ୍ର ଫଳରେ ଏବେ ଓଡ଼ିଶାକୁ ଆସୁନାହିଁ ଟୋପାଏ ପାଣି: ଶୁଖିବାକୁ ଲାଗିଲାଣି ମହାନଦୀର ମୁଖ୍ୟ ସ୍ରୋତ

ଝାରସୁଗୁଡା :ମହାନଦୀଉପର ମୁଣ୍ଡରେ ଛତିଶଗଡ ସରକାର କଲମା ବ୍ୟାରେଜର ୬୬ଟି ଗେଟରୁ ୬୪ଟି ବନ୍ଦ କରି ସାରିଲେଣି । ଫଳରେ ମହାନଦୀର ଜଳ ସ୍ରୋତ କଲମା ବ୍ୟାରେଜକୁ ପାର କରି ଆଉ ଓଡିଶାକୁ ଆସି ପାରୁନି । କଲମା ବ୍ୟାରେଜର ଉପର ମୁଣ୍ଡରେ(ଛତିଶଗଡ ପଟେ) ପାଣି ଚହଳ ମାରୁଥିବାବେଳେ ତଳ ମୁଣ୍ଡରେ(ଓଡିଶା ପଟେ) ଶୁଖିଲା ଭୁଇଁ ଦେଖା ଦେଉଛି । ଫଳରେ ଖରାଦିନ ଆରମ୍ଭରୁ ହିଁ ଓଡିଶାରେ ମହାନଦୀ ଶୁଖିବାରେ ଲାଗିଲାଣି ।

ତେବେ ଆଉ କିଛି ଦିନ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଭାବରେ ଶୁଖିଯିବ । ମହାନଦୀ ଶୁଖିଗଲେ ରବି ଫସଲ ପାଇଁ ମହାନଦୀ ଉପରେ ନିର୍ଭର କରୁଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କଣ୍ଢେଇକେଲା, ବାଦିମାଲ, ଭିଖମପାଲି, ପଲସଦା, ଚାରପାଲି ଓ ରେମତା, ସାଗରପାଲି, ପଣ୍ଡରୀ ପରି ଅନେକ ଗ୍ରାମର ହଜାରହଜାର ଚାଷୀ ବିଶେଷ ଭାବରେ ପ୍ରଭାବିତ ହେବେ । ସେହିପରି ଜିଲ୍ଲାର ହଜାର ହଜାର ସତ୍ସ୍ୟଜିବୀ ସେମାନଙ୍କ ରୋଜଗାରର ପନ୍ଥା ହରାଇବେ । ଅନ୍ୟପଟେ ମହନଦୀର ମୁଖ୍ୟ ସ୍ରୋତକୁ ଛତିଗଡ ସରକାର ବ୍ୟାରେଜ କରି ଖାରାଦିନେ ରୋକି ଦେଉଥିବାରୁ ଏବେ ଉପାନ୍ତ ଅଂଚଳରେ ଭୂତଳ ଜଳ ଖସିବାରେ ଲାଗିଲାଣି ।

mahanadiକଲମା ବ୍ୟାରେଜ ହେବା ପୂର୍ବରୁ ଉପାନ୍ତ ୧୯ ଖଣ୍ଡ ଅଂଚଳରେ ଯେକୌଣସି ସ୍ଥାନରେ ବୋର େଓଲ କଲେ ୭୦ରୁ ୮୦ ଫୁଟରେ ପାଣି ମିଳୁଥିଲା ହେଲେ ଏବେ ଶହଶହ ଫୁଟ ତଳକୁ ଖୋଲିଲେ ମଧ୍ୟ ପାଣିର ପତା ମିଳୁ ନାହିଁ ବୋଲି ଧୂଲୁଣ୍ଡା ଗ୍ରାମର ଚାଷୀ ଉପେନ୍ଦ୍ର ବିଶ୍ୱାଳ କହିଛନ୍ତି । ତେବେ ଉପାନ୍ତ ଅଂଚଳବାସୀଙ୍କୁ ପଚାରିବାରୁ କହିଛନ୍ତି ଛତିଶଗଡ଼ ସରକାର କଲମା ବ୍ୟାରେଜରୁ ଅଣ ମୌସୁମୀ ସମୟରେ ମହାନଦୀରେ ପାଣି ଛାଡ଼ିବା କଥା କିନ୍ତୁ କଲମା ବ୍ୟାରେଜରୁ ବହୁ ଶିଳ୍ପ ସଂସ୍ଥାକୁ ପାଣି ଯୋଗାଉଥିବାରୁ ଏବେ ବ୍ୟାରେଜକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଯାହାଫଳରେ ଓଡିଶାର ହଜାର ହଜାର ନିରୀହ ଚାଷୀ, ମତ୍ସ୍ୟଜିବୀ ତଥା ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଅଣ ମୌସମୀ ସମୟରେ ଛତିଗଡ କିପରି ମହାନଦୀର ସମସ୍ତ ଜଳକୁ ବ୍ୟାରେଜରେ ନ ଅଟକାଇ ଆବଶ୍ୟକ ମୁତାବକ ଜଳ ଓଡିଶା ପାଇଁ ଛାଡିବ ସେ ଦିଗରେ ପଦକ୍ଷେପ ଗ୍ରଣ କରନ୍ତୁ ବୋଲି ଉପାନ୍ତ ଅଂଚଳବାସୀ ଦାବି କରିଛନ୍ତି ।

mahanadiଅନ୍ୟପଟେ ଛତିଶଗଡ଼ରୁ ଓଡ଼ିଶାକୁ ଯାଉଥିବା ବୁନ୍ଦ ବୁନ୍ଦ ପାଣିର ହିସାବ ରଖିବାକୁ ଛତିଶଡ଼ ସରକାର ତାଙ୍କ ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୌସୁମୀ ସମୟରେ ମାହନଦୀ ସମେତ କେଲୋ ଓ ଇବ୍ ନଦୀରେ କେତେ ପାଣି ପ୍ରବାହିତ ହେଉଛି ତାର ହିସାବ ଛତିଶଗଡ଼ ସରକାର ରଖିବାରେ କିଛି ଆପର୍ତ୍ତି ନାହିଁ । କିନ୍ତୁ ଅଣ ମୌସୁମୀ ସମୟରେ ମହାନଦୀ, ଇବ୍ ଓ କେଲୋ ନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ ଓ ଡ୍ୟାମ ନିର୍ମାଣକରି ସମସ୍ତ ଗେଟ ଗୁଡ଼ିକ ବନ୍ଦ କରିଦେବା ଅନ୍ୟାୟ ଅଟେ ବୋଲି ଉପାନ୍ତ ଅଂଚଳବାସୀ କହିଛନ୍ତି ।

mahanadiଛତିଗଡର ଏହି ଷଡଯନ୍ତ୍ର ଫଳରେ ଏବେ ଓଡ଼ିଶାକୁ ଟୋପାଏ ମଧ୍ୟ ପାଣି ଆସୁନାହିଁ । ଫଳରେ ଇତିହାସରେ ପ୍ରଥମଥର ପାଇଁ ଓଡିଶା ଦେଇ ପ୍ରାବାହିତ ହେଉଥିବା ମହାନଦୀର ମୁଖ୍ୟ ସ୍ରୋତ ଏବେ ଶୁଖିବାରେ ଲାଗିଲାଣି । ତେଣୁ ଓଡିଶାରେ ମହାନଦୀ ସମ୍ପୂର୍ଣ୍ଣ ଭାବରେ ଶୁଖିବା ପୂର୍ବରୁ ହଜାର ହଜାର ଓଡିଶାବାସୀଙ୍କ ଜିବୀକା ବଂଚାଇବା ପାଇଁ ଓଡିଶା ସରକାର କଲମା ବ୍ୟାରେଜରୁ ଆବଶ୍ୟକ ମୁତାବକ ଗେଟ ଖୋଲା କରାଇବା ପାଇଁ ବ୍ୟବସ୍ଥା କରନ୍ତୁ । ଏହାସହ ଅଣ ମୌସୁମି ସମୟରେ ମହନଦୀର ଇନ୍‌ଫ୍ଲୋ ଡ଼ାଟା ଛତିଶଗଡ଼ ସରକାର ଓଡ଼ିଶା ସରକାରକୁ ଜଣାଇବା ସହିତ ସାର୍ବଜନିନ କରୁ । ଓଡ଼ିଶା ସରକାର ମଧ୍ୟ ମହାନଦୀ ସମେତ କେଲୋ ଓ ଇବରେ ନୂତନ ଭାବରେ ଗଜ ଷ୍ଟେସନ ନିର୍ମାଣ କରି ଛତିଶଗଡ଼ରୁ ଅଣ ମୌସୁମୀ ଓ ମୌସୁମୀ ସମୟରେ କେତେ ପାଣି ଆସୁଛି ତାର ହିସାବ ରଖୁବୋଲି ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.