ଅଶାନ୍ତ ଚିଲିକା: ବାତ୍ୟା ଗୁଲାବ ପ୍ରଭାବରେ ମା କାଳିଜାଇଙ୍କ ମନ୍ଦିର ବେଢାରେ ଖେଳିଲା ଲହଡି
ଟାଙ୍ଗୀ(କେନ୍ଯୁଜ୍): ଅଶାନ୍ତ ଚିଲିକା । ଉଠିଲା ଜୁଆର, ବେଢାରେ ଖେଳିଲା ଲହଡି । ବାତ୍ୟା ଗୁଲାବ ପ୍ରଭାବରେ ଚିଲିକା ମଝିରେ ଥିବା ମା କାଳିଜାଇଙ୍କ ମନ୍ଦିର ବେଢାକୁ ଛୁଇଁଥିଲା ପାଣି ।
ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସତର୍କ କରାଯିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ବିଗତ ଦିନର ବାତ୍ୟାକୁ ଅତି ନିକଟରୁ ଦେଖିଥିବାରୁ ଲୋକଙ୍କ ମନରେ ଭୟ ଉଙ୍କି ମାରିିଛି । ଏଯାଏ କୌଣସି କ୍ଷୟକ୍ଷତିର ସୂଚନା ମିଳିନି ।