ଲଗାଣ ବର୍ଷାରେ ବେହାଲ କଟକ ଜିଲ୍ଲା ଚୌଦ୍ୱାର: ବୁଡିଲା ଗନ୍ଧନଦୀ ଟିକରା ଭଟ୍ଟିମୁଣ୍ଡା ବ୍ରିଜ୍‌, ୫ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଚୌଦ୍ୱାର(କେନ୍ଯୁଜ୍): ଲଗାଣ ବର୍ଷାରେ ବେହାଲ କଟକ ଜିଲ୍ଲା ଚୌଦ୍ୱାର । ବୁଡିଲା ଗନ୍ଧନଦୀ ଟିକରା ଭଟ୍ଟିମୁଣ୍ଡା ବ୍ରିଜ୍‌ । ୫ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ । ଜଳବନ୍ଦୀରେ ରହିଛନ୍ତି ୨୦ ହଜାର ପରିବାର । ଟାଙ୍ଗୀ ସାଲେପୁର ରାସ୍ତାରେ ଥିବା ଗନ୍ଧନଦୀ ପୋଲ ଉପରେ ଅଣ୍ଟାଏ ଉଚ୍ଚର ପାଣିର ସୁଅ ଛୁଟୁଛି । ଶହ ଶହ ଏକର ଚାଷ ଜମି ଏବେ ଜଳମଗ୍ନ ।

ଏହି ବ୍ରିଜ୍‌ ଦେଇ ସାଲେପୁରରୁ ଟାଙ୍ଗୀ, କଟକ ଓ ଚଣ୍ଡିଖୋଲ ଯାତାୟତ କରନ୍ତି ଲୋକେ । ହେଲେ ଏହା ଆଜିର ସମସ୍ୟା ନୁହେଁ । ଦୀର୍ଘ ଦିନର ସମସ୍ୟା ବର୍ଷା ଆସିଲେ ଭଟ୍ଟିମୁଣ୍ଡା, ଜରିପଡା,ନପଙ୍ଗ, ଗୋବିନ୍ଦପୁର, ହରିଅନ୍ତା ପଞ୍ଚାୟତବାସୀ ସମ୍ପୂୁର୍ଣ୍ଣ ଜଳବନ୍ଦୀରେ ରହିବାର ନଜିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.