ସମସ୍ୟା ଘେରରେ ନୟାଗଡ଼ ଜିଲ୍ଲା କୋର୍ଟ

ନୟାଗଡ଼(କେନ୍ୟୁଜ୍): ସମସ୍ୟା ଘେରରେ ନୟାଗଡ଼ ଜିଲ୍ଲା କୋର୍ଟ । ସାମାନ୍ୟ ବର୍ଷା ହେଲେ ବି କୋର୍ଟ ଭିତରେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ଦିନେ ଦୁଇ ଦିନ ନୁହେଁ, ମାସ ମାସ ଧରି ଜମି ରହୁଛି ପାଣି । ୨୫କୋଟି ଟଙ୍କାରେ ନିର୍ମିତ ଏହି ନୂତନ କୋଠାର ଅବ୍ୟବସ୍ଥା ଆରମ୍ଭରୁ ଲାଗି ରହିଛି । ଆଉ ଏଥିରେ ହଇରାଣ ହେଉଛନ୍ତି ଓକିଲଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା । ବର୍ଷା ଆରମ୍ଭ ହେବା ପରେ ପାଖ ମୁଣ୍ଡିଆରୁ ପାଣି ଆସି କୋର୍ଟର ତଳ ମହଲାରେ ଜମାହୁଏ । ଆଉ ତାରି ଭିତରେ ଚାଲେ କାମ । ଏହାକୁ ନେଇ ନୟାଗଡ଼ ଜିଲ୍ଲା ବାର ଆସୋସିଏସନ ଅସନ୍ତୋଷ ପ୍ରକାଶ କରି କାର୍ୟ୍ୟ ବନ୍ଦ ଆନ୍ଦୋଳନ ଦେଇଛି । ଚାରିଦିନ ପାଇଁ କଲମଛାଡ଼ି ଆନ୍ଦୋଳନ କରିଛନ୍ତି ବାର କର୍ମକର୍ତ୍ତା ।