ଗୋପ : ଲଘୁଚାପ ବର୍ଷା ଯୋଗୁଁ କୋଣାର୍କ ଓ ଏହାର ଆଖପାଖ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଦେଶ ବିଦେଶର ପର୍ଯ୍ୟଟକ ମାନେ ହଇରାଣ ହେଉଛନ୍ତି । ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଓଦା ହୋଇ ସୂର୍ଯ୍ୟ ମନ୍ଦିର ବୁଲିଛନ୍ତି । ସୂର୍ଯ୍ୟମନ୍ଦିର ଦକ୍ଷିଣ ଓ ଉତ୍ତର କୋଣରେ ବର୍ଷା ପାଣି ଜମି ରହିବା ଫଳରେ ପର୍ଯ୍ୟଟକମାନେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ଏଥିପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।
ବର୍ଷା ଜଳ ନିଷ୍କାସନ କରିବା ପାଇଁ ଦୁଇଟି କରେଣ୍ଟ ଚାଳିତ ପାଣି ମୋଟର ଲାଗିଥିବା ବେଳେ ୬ଗୋଟି ଡିଜେଲ ଚାଳିତ ପାଣି ପମ୍ପ ରହିଛି । ଦୁଇଟି କରେଣ୍ଟ ଚାଳିତ ପମ୍ପ ଚାଳୁଥିବା ବେଳେ ଅନ୍ୟ ପମ୍ପ ଗୁଡିକ ଅକାମି ହୋଇ ପଡିରହିଛି । ମନ୍ଦିର ପରିସରରେ ସବୁ ବେଳେ ପାଣି ଜମୁଥିବା ଅଭିଯୋଗ ହୋଇଛି । ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।