ଗ୍ୟାସ ସିଲିଣ୍ଡରରେ ପାଣି! ତିନି ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ୍

ଝାରସୁଗୁଡ଼ା(କେନ୍ଯୁଜ୍): ଗ୍ୟାସ ସିଲିଣ୍ଡରରେ ପାଣି । ଗ୍ୟାସ ସିଲିଣ୍ଡରରେ ପାଣି ଭର୍ତ୍ତି ବିକ୍ରି କରିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ଗିରଫମାନେ ହେଲେ ଝାରଖଣ୍ଡର ଅଭିନାଶ ଯାଦବ, ଭୁବନେଶ୍ୱର ଯାଦବ, ଝାରସୁଗୁଡା ବେହେରାମାଲର ମାନସ ରଞ୍ଜନ ପାତ୍ର । ସେମାନଙ୍କ ନିକଟରୁ ୧୦ ଟି ସିଲିଣ୍ଡର ଓ ଗୋଟିଏ ମାରୁତି ଗାଡ଼ି ଜବତ ହୋଇଛି ।

ଅଭିଯୁକ୍ତ ମାନସ ରଞ୍ଜନ ପାତ୍ରର ଝାରସୁଗୁଡାରେ ଏକ ବେଆଇନ ଗ୍ୟାସ ଦୋକାନ ଅଛି । ଯେଉଁଠାରେ ସେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର କିଣି ୮୦୦ ଟଙ୍କାରେ ବିକ୍ରି କରୁଥିବା ଜଣାପଡିଛି । ଓଏମପି ସ୍ଥିତ ଆଇଓସିଏଲ ବଟଲିଂ ପ୍ଲାଣ୍ଟରେ ସିଲିଣ୍ଡରରେ ପାଣି ଭର୍ତି କରାଯାଉଥିବା ନେଇ IOCL ପକ୍ଷରୁ ପୋଲିସରେ ଅଭିଯୋଗ ହୋଇଥିଲା । ଏହା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌ ।

Leave A Reply

Your email address will not be published.