ଭାରସାମ୍ୟ ହରାଇ ଓଭର ବ୍ରିଜ ତଳକୁ ଖସିଲା ଥଣ୍ଡା ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର

ଭଦ୍ରକ (କେନ୍ୟୁଜ): ଭାରସାମ୍ୟ ହରାଇ ଓଭର ବ୍ରିଜ ତଳକୁ ଖସିଲା ଟ୍ରକ ।  ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିକଟସ୍ଥ ପାଳଦା ବାଙ୍କ ଓଭର ବ୍ରିଜ ତଳକୁ ଖସିଲା ଥଣ୍ଡା ବୋଝେଇ ଟ୍ରକ ।  ଫଳରେ ଡ୍ରାଇଭର ଗୁରୁତର ହୋଇଛନ୍ତି । ତାଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ , ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପାଳଦାବାଙ୍କ ନିକଟରେ ବ୍ରିଜ୍ ତଳକୁ ଖସିଲା ଟ୍ରକ । କଟକ ଜିଲ୍ଲା ଜଗତପୁର ଅଞ୍ଚଳର ଏକ ପାନୀୟ ଜଳ ଗୋଡ଼ାଉନରୁ ବିଳମ୍ବିତ ରାତିରେ ପାଣିଲୋଡ୍ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ ଡ୍ରାଇଭରକୁ ନିଦ ଆସିଯିବା କାରଣରୁ ଟ୍ରକ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ଚାଳକ ସାମାନ୍ୟ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ଓ ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି।

You might also like