ବଢ଼ିଛି ହୀରାକୁଦ ଡ୍ୟାମର ଜଳସ୍ତର, ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ

କେନ୍ୟୁଜ୍(ବ୍ୟୁରୋ):  ଉପରମୁଣ୍ଡରେ ବର୍ଷା ପରେ ଫୁଲୁଛି ମହାନଦୀ । ୫ଟି ଗେଟ୍‌ ଦେଇ ବର୍ଷର ପ୍ରଥମ ବନ୍ୟା ପାଣି ନିଷ୍କାସିତ ହେଉଛି । ଉପର ମୁଣ୍ଡରେମ ଆଉ ବର୍ଷା ହେଲେ ଅଧିକ ଗେଟ ଖୋଲାଯିବ । ଜଳସ୍ତର ୬୧୩.୯୩ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୮ ହଜାର ୫୭୬ କ୍ୟୁସେକ ଜଳ ପ୍ରବେଶ କରୁଛି ।

ପ୍ରତି ସେକେଣ୍ଡରେ ୧ଲକ୍ଷ ୧୬ ହଜାର ୪୭୫ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି । ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ହୀରାକୁଦ ଡ୍ୟାମରୁ ପାଣି ଛାଡିଥିବାରୁ ମହାନଦୀ ଅବବାହିକାରେ ଥିବା ୧୨ ଜିଲ୍ଲାକୁ ସତର୍କ କରାଯାଇଛି ।

Leave A Reply

Your email address will not be published.