ବିପଦ ସଙ୍କେତ ଟପିଲା ଜଳକା ନଦୀ : ଲଘୁଚାପ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ଜଳସ୍ତର

ଜଳେଶ୍ୱର : ବିପଦ ସଙ୍କେତ ଟପିଲା ଜଳକା । ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର । ନଦୀର ଉପରମୁଣ୍ତ ମୟୁରଭଞ୍ଜରେ ପ୍ରବଳ ବର୍ଷା ଯୋଗୁ ବଢୁଛି ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ୫ .୫୦ ମିଟର ଥିବାବେଳେ ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୬ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀର ଜଳସ୍ତର । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଅଶଙ୍କାରେ ଭୟଭୀତ ଅଛନ୍ତି ନଦୀକୂଳିଆ ଲୋକେ ।
ଜଳକା ନଦୀର ଉପରମୁଣ୍ତ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା,ମୋରଡା,ଚିତ୍ରଡା,ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଲୋକଙ୍କୁ ବନ୍ଯା ଆଶଙ୍କା ଘାରିଛି । ଭୟଭୀତ ହୋଇ ରହିଛନ୍ତି ନଦୀ କୂଳିଆ ଲୋକେ।ବନ୍ୟା ଆସିଲେ ବସ୍ତା ଏବଂ ସଦର ବ୍ଲକର ପାଖାପାଖି ୧୦ ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି ।