ନୂଆପଡା ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଜଳସ୍ତର ବୃଦ୍ଧି, ଖୋଲିଲା ୬ଟି ଗେଟ୍
ନୂଆପଡା (କେନ୍ଯୁଜ୍): ଲଘୁଚାପ ଜନିତ ବର୍ଷାରେ ନୂଆପଡା ଜିଲ୍ଲା ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଜଳସ୍ତର ବୃଦ୍ଧି । ନୂଆପଡା ଜିଲ୍ଲାରେ ମୋଟ ୯୮.୨୦ ମିମି ବର୍ଷା ହୋଇଛି । ବର୍ଷା ଯୋଗୁଁ ଉପରମୁଣ୍ଡରୁ ବନ୍ୟାଜଳ ଡ୍ୟାମରେ ପ୍ରବେଶ କରିଛି । ଡ୍ୟାମର ସୁରକ୍ଷା ଦୃଷ୍ଟି କୋଣରୁ ସ୍ପିଲେଓ୍ଵରର ୯ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲି ଜଳ ନିଷ୍କାସନ କରାଯାଉଛି ।
ଜଳସେଚନ ପ୍ରକଳ୍ପକୁ ପ୍ରତି ଘଣ୍ଟାରେ ୫୩୭.୪୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୫ ଶହ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ଡ୍ୟାମ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗେଟ୍ ଖୋଲିବା ପୂର୍ବରୁ ତଳିଆ ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା । ଏବେ ଡ୍ୟାମ୍ରେ ୨୬୦ ମିଟର ଲେବୁଲ୍ ଜଳ ସ୍ଥଗିତ ରହିଛି । ଡ୍ୟାମର ସ୍ଥିତ ଉପରେ ବିଭାଗ ପକ୍ଷରୁ ୨୪ଘଣ୍ଟା ନଜର ରଖାଯାଇଛି ।