ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର, ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର(କେନ୍ୟୁଜ୍): ଲଗାଣ ବର୍ଷା ଫଳରେ ହୀରାକୁଦ ଜଲଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ବର୍ତ୍ତମାନ ୧୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ରହିଛି ୬୨୫.୬୨ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ ୩୨ହଜାର ୧୪୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୨ଲକ୍ଷ ୧୪ହଜାର ୭୩୭ ଘନଫୁଟ ଜଳ।