ମହାନଦୀରେ ବଢୁଛି ଜଳସ୍ତର : ବୌଦ୍ଧ-ହରଭଙ୍ଗା ଯୋଗାଯୋଗ ବିଚ୍ଛିନ୍ନ, ଯାତାୟତ ଠପ୍

ବୌଦ୍ଧ : ମହାନଦୀରେ ବଢୁଛି ଜଳସ୍ତର । ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲିବା ପରେ ମହାନଦୀ ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବୌଦ୍ଧ-ହରଭଙ୍ଗା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୌଦ୍ଧ ଜିଲ୍ଲା ଜଗନ୍ନାଥ ସଡ଼କର ବଲାଟ ନାଳ ଉପରେ ଚାଲିଛି ୨ ଫୁଟର ପାଣି । ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯିବାରୁ ମହାନଦୀରେ ବନ୍ୟା ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।

ସେପଟେ ହରଭଙ୍ଗା ବ୍ଲକର ସମସ୍ତ ତଳି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ସତର୍କତା ପ୍ରଚାର କରାଯାଇଛି। କୃଷ୍ଣ ମୋହନପୁର, ବାଲିପୂର୍, କରଡି, ଅତାଲସରା, ମାରାଡା , ପାଣି ଘରା, ଖଣ୍ଡି ଧଳପୁର, ଧଳପୁର, ଖର ସଙ୍କୁଲେଇ ସମେତ ପ୍ରାୟ ୨୦ ଟି ତଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରିଛି ଜିଲ୍ଲା ପ୍ରଶାସନ । ବନ୍ୟା ପରିସ୍ଥିତି ଆସିଲେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଗୋଟିଏ ଅଗ୍ନିଶମ ବାହିନୀ ଏବଂ ଗୋଟିଏ ODRAF ବାହିନୀକୁ ପ୍ରସ୍ତୁତ ରଖାଯାଇଛି ।