ଲଗାଣ ବର୍ଷା ଯୋଗୁଁ ବଢୁଛି ଜଳସ୍ତର; ଖୋଲିଲା ଜଲାପୁଟ ଡ୍ୟାମର ୬ଟି ଗେଟ୍

ଲମତାପୁଟ: ୩ ଦିନର ଲଗାଣବର୍ଷା ଯାଗୁଁ ଚଳିତ ବର୍ଷ ପ୍ରଥମ ଥର ଜଲାପୁଟ ଡ୍ୟାମର ୬ଟି ଗେଟ ଖୋଲିଲା । ଜଲାପୁଟ ଡ୍ୟାମର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ୨୭୪୯.୪୫ କୁ ଜଳସ୍ତର ଛୁଇଁଛି l ସ୍ପିଲ ଓ୍ବେ ଏବଂ ମୁଖ୍ୟ ଡ୍ୟାମ ଦେଇ ୨୩ ହଜାର କ୍ୟୁସେକ ପାଣି ଛଡା ଯାଉଛି l ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ର ଡି.ଡ୍ୟାମରେ ପହଞ୍ଚି ଜଳସ୍ତର ବଢ଼ିବାରୁ ୪ଟି ଗେଟ ଖୋଲାଯାଇଛି ।  ମାଛକୁଣ୍ଡ ଡ୍ୟାମର ୪ଟି ଗେଟ ଖୋଲାଯାଇଛି ।  ଜଳଭଣ୍ଡାରରେ ଜଳସ୍ଥର ବଢ଼ି ବିପଦ ସଂକେତକୁ ଛୁଇଁବା ପରେ ୪ ଟି ଗେଟ ଖୋଲାଯାଇଛି ।

ଡ୍ୟାମ କ୍ଷମତା ୨୫ ସହ ୯୦ ଫିଟ ଥିବା ବେଳେ ବର୍ତ୍ତମାନ ୨୫ସହ୮୬ ଫୁଟକୁ ଜଳସ୍ତର ଛୁଇଁଛି । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ଦୁଇ ନମ୍ବର ୟୁନିଟରେ ପାଣି ପଶିଯାଇଛି । ମଟର ଯୋଗେ ପାଣି ନିଷ୍କାସନ କରାଯାଇଛି । ଜଳଭଣ୍ଡାରରେ ଜଳସ୍ତର ଅଧିକ ବଢିଲେ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯିବ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି ।  ଅନ୍ୟପକ୍ଷରେ ଜଲାପୁଟ ଡ୍ୟାମ ଖୋଲିବା ପରେ ଆନ୍ଧ୍ର ଓଡିଶା ସୀମାନ୍ତକୁ ସଂଯୋଗ କରୁଥିବା ଅସ୍ଥାୟୀ ଲୁହା ପୋଲ ଧୋଇଯିବା ଆଶଙ୍କାରେ ଅଞ୍ଚଳବାସୀ ଯାତାୟତ କରିବା ପାଇଁ ଭୟ କରୁଛନ୍ତି ।

You might also like