ଲଘୁଚାପ ଜନିତ ଲଗାଣ ବର୍ଷା: ସତର୍କ ସଙ୍କେତ ଅତିକ୍ରମ କରି ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର

ଜଳେଶ୍ୱର: ବଢୁଛି ଜଳକା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ଅତିକ୍ରମ କରି କ୍ରମଶଃ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର । ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ନଦୀ କୂଳିଆ ଲୋକେ, ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୪୧ ମିଟରରେ ପ୍ରବାହିତ ହେଉଛି ।

ତିନି ଦିନ ଧରି ବାଲେଶ୍ୱରସମେତ ଜଳକା ନଦୀର ଉପର ମୁଣ୍ତ ପଡୋଶୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲା ର ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର , ମଥାନୀ ଠାରେ ବିପଦ ସଙ୍କେତ ରହିଛି ୬.୫୦ ମିଟର, ଯଦି ଏଭଳି ଭାବରେ ବର୍ଷା ଲାଗି ରହେ ତାହାଲେ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରି ବନ୍ୟା ଆସିବାର ଆଶଙ୍କା ବି କରାଯାଉଛି । ଗତକାଲି ସୁବର୍ଣ୍ଣରେଖା ନଦୀ କୁ ଗାଲୁଡ଼ିହି ବ୍ୟାରେଜ୍ ଛାଡି ଥିଲା  ୨୨୦୦ କ୍ୟୁସେକ୍ ବନ୍ୟାଜଳ । ତେଣୁ ସୁବର୍ଣ୍ଣରେଖା ନଦୀ ରେ ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ବନ୍ୟା ଆଶଙ୍କା କରା ଯାଉଛି ।

You might also like