ବଢୁଛି ମହାନଦୀ: ଆଜି ମୁଣ୍ଡୁଳୀଠାରେ ପ୍ରବାହିତ ହେବ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

କଟକ(କେନ୍ଯୁଜ୍): ବଢୁଛି ମହାନଦୀ । ଆଜି ମୁଣ୍ଡୁଳୀଠାରେ ୭ରୁ ୮ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ । ଏହାର ପ୍ରଭାବରେ ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ଆଗକୁ ପୂର୍ଣ୍ଣିମା ଥିବାରୁ ବନ୍ୟାଜଳ ସମୁଦ୍ର ଭିତରକୁ ପ୍ରବେଶ କରିବାରେ ସମସ୍ୟା ଉପୁଜିପାରେ । ତେଣୁ ମହାନଦୀର ପଛୁଆ ବନ୍ୟାଜଳ ବିଶେଷକରି ମହାନଦୀ ତଳମୁଣ୍ଡରେ ଥିବା ଜିଲ୍ଲାରେ ବିପଦ ବଢାଇପାରେ ।

ସେପଟେ ଫୁଲୁଛି ସୁବର୍ଣ୍ଣରେଖା । କିନ୍ତୁ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ । ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ରହିଛି ୯.୭୯ ମିଟର। ଏପଟେ ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ଖସିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.