ଜଳେଶ୍ବର : ଧୀରେ ଧୀରେ କମୁଛି ଜଳକା ନଦୀର ଜଳସ୍ତର। ମାତ୍ର ଚଳିତ ବର୍ଷର ବନ୍ଯା ଚାଷୀଙ୍କ ଆର୍ଥିକ ମେରୁଦଣ୍ତକୁ ଦୋହଲାଇ ଦେଇଛି । ବନ୍ଯା ଜଳ ନିଷ୍କାସନର ସୁବିଧା ନଥିବାରୁ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ବନ୍ଯା ପାଣି । ଯାହା ଫଳରେ କିଛି ଦିନ ପୂର୍ବରୁ ରୂଆ ଯାଇଥିବା ଧାନତଳି ସବୁ ପଚି ଗଲାଣି । ବସ୍ତା ବ୍ଲକ ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ଥିବା ବେଳେ ବିପଦ ସଙ୍କେତ ରହିଛି । ସକାଳ ୧୦ ଟା ସୁଦ୍ଧା ଜଳସ୍ତର ୬.୧୪ ମିଟରରେ ପ୍ରବାହିତ ହେଉଛି । ଅନ୍ଯ ପଟେ ବନ୍ଯା ଛାଡିବାର ୧୩ ଦିନ ପରେବି ଲୋକଙ୍କ ଦୁର୍ଦ୍ଦଶା କମିନି । ବସ୍ତା ବ୍ଲକର ୧୦ ରୁ ଉର୍ଦ୍ଧ ପଞ୍ଚାୟତରେ ଧାନ ଚାଷ ବ୍ଯାପକ କ୍ଷତିଗ୍ରସ୍ତ ହୋଇଛି । ସରକାରଙ୍କ ପକ୍ଷରୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଚାଷୀ ।
Also read : Low pressure: ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା