ରାଜ୍ୟ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା, ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ଲଘୁଚାପ ପ୍ରଭାବରେ ଗତକାଲିଠୁ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ବର୍ଷା ଲାଗି ରହିଛି । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀର ମଥାନୀଠାରେ ବିପଦ ସଂକେତ ୫.୫୦ ଥିବାବେଳେ ସକାଳା ୮ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୮୦ ମିଟରରେ ପ୍ରବାହିତ ହେଉଛି ।

ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା, ଚିତ୍ରଡା,ସୁଳିଆପଦା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ନଦୀକୂଳିଆ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ପଶିବାର ଆଶଙ୍କା କରାଯାଇଛି। ସେପଟେ ବସ୍ତା ବ୍ଲକର ୭ଟି ପଞ୍ଚାୟତ ଓ ସଦର ବ୍ଳକର ୨ଟି ପଞ୍ଚାୟତ ର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବାର ସମ୍ଭାବନା ରହିଛି ।

Sonalisa

Recent Posts

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

2 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

2 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

4 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

5 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

5 hours ago

ମ୍ୟାଟ୍ରିକ ପରୀକ୍ଷାରେ ରଖିଛନ୍ତି ୯୯ ପ୍ରତିଶତ, ହେଲେ ପଢ଼ି ପାରୁନାହାଁନ୍ତି ଗୋଟେ ବି ଅକ୍ଷର

ଏଇ ନିକଟରେ ପ୍ରକାଶ ପାଇଛି ମ୍ୟାଟ୍ରି ପରୀକ୍ଷା ଫଳ । ଏଥିରେ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଖବର ରହିଛି…

6 hours ago