ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା, ବାବା ପଞ୍ଚଲିଙ୍ଗେଶ୍ଵର ମନ୍ଦିରରେ ଆଣ୍ଠୁଏ ପାଣି

ନୀଳଗିରି  : ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା  । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵର ମନ୍ଦିରରେ ଆଣ୍ଠୁଏ ଉଚ୍ଚାରେ ପାଣି । ପୂଜା ମଣ୍ଡପରେ ଝରଣା ପାଣି ଚାଲିଥିବା ଦେଖାଯାଇଛି । ବାତ୍ୟା ଦାନାର ଲଗାଣ ବର୍ଷାରେ ଉପର ମୁଣ୍ଡ ପାହାଡ଼ରେ ପ୍ରବଳ ଝରଣା ପାଣି ଆସି ପୂଜା ମଣ୍ଡପରେ ଆଣ୍ଠୁଏ ଉଚ୍ଚାରେ ପାଣି ଚାଲିଛି ।  ବାତ୍ୟାକୁ ଦୃଷ୍ଟିରେ ରଖି ତିନିଦିନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଦର୍ଶନ ବନ୍ଦ ରଖାଯାଇଛି ।

 

You might also like