ରାଜଧାନୀକୁ ବୁଡାଇବ ବାତ୍ୟା ‘ଗୁଲାବ’, ରୋଡରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବ: ପାଣିପାଗ ବିଭାଗ

କେନ୍ୟୁଜ୍‌(ବ୍ୟୁରୋ):  ଆନ୍ଧ୍ର ଓ ଓଡିଶା ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ‘ଗୁଲାବ’ । ରାଜଧାନୀ ଭୁବନେଶ୍ୱରକୁ ବୁଡାଇବ । ଆଜିଠାରୁ ୨ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପୂର୍ବାହ୍ନରୁ ସୋମବାର ପୂର୍ବାହ୍ନ ଯାଏ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ । ସ୍ଥଳ ବିଶେଷରେ ବଢି ପବନର ବେଗ ୫୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ । ବର୍ଷା ପବନ ଦ୍ୱାରା ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇପାରେ ।

ଘଣ୍ଟାପ୍ରତି ୨୦ରୁ ୩୦ ମିମି ବର୍ଷା ହେବାକୁ ଥିବାରୁ ରାସ୍ତାଘାଟ ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ । ରାସ୍ତାଘାଟ, ବସ୍ତି, ତଳିଆ ଅଞ୍ଚଳ ଓ ଅଣ୍ଡରପାସ୍‌ ରୋଡରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପରିକି ଦୁର୍ବଳ ତଥା ଅସୁରକ୍ଷିତ ଘର କ୍ଷତିଗ୍ରସ୍ଥ ହେବାର ଆଶଙ୍କା କରାଯାଇଛି । ସମ୍ଭାବ୍ୟ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ମ୍ୟାନହୋଲ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

ଲୋକ ଚଳପ୍ରଚଳ କରୁଥିବା ୨୦ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରି ବାଡ ବାନ୍ଧୁଛନ୍ତି ବିଏମସି କର୍ମଚାରୀ । ୭୫ଟି ଯାଗାରୁ ଜଳ ନିଷ୍କାସନ ପାଇଁ ପମ୍ପ ପ୍ରସ୍ତୁତ ରଖାଯାଇଛି । ଇଞ୍ଜିନିୟରିଂ ସେକ୍ସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.