ପ୍ରଦୂଷିତ ହେଉଛି ହୀରାକୁଦ ଜଲଭଣ୍ଡାରର ପାଣି ! ଚିନ୍ତାରେ ସ୍ଥାନୀୟ ଲୋକେ ଓ ଚାଷୀ 

ସମ୍ବଲପୁର : ପ୍ରଦୂଷିତ ହେଉଛି ହୀରାକୁଦ ଜଲଭଣ୍ଡାରର ପାଣି । ଏକ ସଂସ୍ଥାର ରିପୋର୍ଟ ଆସିବା ପରେ ଚିନ୍ତାରେ ସ୍ଥାନୀୟ ଲୋକେ ଓ ଚାଷୀ  l ବର୍ଜ୍ୟ ବସ୍ତୁ ଯୋଗୁଁ ପ୍ରଦୂଷିତ ହେଉଛି ହୀରାକୁଦ ଜଳ ଭଣ୍ଡାର । ଏକ ସଂସ୍ଥା ଦେଇଥିବା ଏହି ରିପୋର୍ଟକୁ ବିଭିନ୍ନ ଏଜେନ୍ସି ତର୍ଜମା କରୁଛନ୍ତି  । ତାର ସତ୍ୟାସତ୍ୟ ପରୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି  l

ସ୍ଥାନୀୟ କଳ କରଖାନାର ବର୍ଜ୍ୟ ବସ୍ତୁ କ୍ଷତି କରୁଛି । ଏନେଇ ବିଭିନ୍ନ ବିଭାଗ ସହ ପ୍ରାଥମିକ ଆଲୋଚନା ହୋଇ ସାରିଥିବା କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ  l ଆସନ୍ତା ୪ ଓ ୫ ତାରିଖରେ ସମ୍ବଲପୁର,ବରଗଡ଼,ଝାରସୁଗୁଡା , ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଅଧିକାରୀଙ୍କ ସହ ବୈଠକ କରାଯିବ  l ଏଥିରେ ଉତ୍ତରାଞ୍ଚଳ ଆରଡିସି ମଧ୍ୟ ଉପସ୍ଥିତ ରହିବେ  l

ଏହି ବୈଠକରେ ଏ ସଂପର୍କରେ ଆଲୋଚନା ହେବ । ଜଳ ପ୍ରଦୂଷଣ ସହିତ ବାୟୁ ପ୍ରଦୂଷଣ ରୋକିବା ପାଇଁ ମାର୍ଗଦର୍ଶିକା ଜାରି କରାଯିବ । ଅନ୍ୟପଟେ ହୀରାକୁଦ ପାଣି ପ୍ରଦୂଷିତ ହେଉଥିବା ଦୀର୍ଘ ୨୦ ବର୍ଷ ହେଲା କହି ଆସୁଥିଲେ ବି ତାଙ୍କ କଥା କେହି ଶୁଣୁ ନଥିବା କହିଛନ୍ତି ଚାଷୀ । ହୀରାକୁଦ ଜଳ ପ୍ରଦୂଷିତ ହେଉଥିବାରୁ ସମ୍ବଲପୁର ସମେତ ବରଗଡ଼ର ଚାଷ ସମ୍ପୂର୍ଣ ଭାବେ ନଷ୍ଟ ହେବାକୁ ବସିଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଧୀକାରୀ କହିଛନ୍ତି, ହୀରାକୁଦ ଜଲଭଣ୍ଡାରର ଜଳ ଠିକ୍ ଅଛି  l

You might also like