ପୋଲ ଉପରେ ପାଣି,ପହଞ୍ଚି ପାରିଲାନି ଡାକ୍ତରୀ ଟିମ୍‌: ପଲିଥିନ୍‌ରେ ଔଷଧକୁ ବାନ୍ଧି ନଦୀ ଆରପଟକୁ ଫୋପାଡି ଦେଲେ

ନବରଙ୍ଗପୁର(କେନ୍ୟୁଜ୍): ବର୍ଷା ସାଜିଲା ପ୍ରତିବନ୍ଧକ। ପୋଲ ଉପରେ ପାଣି ପ୍ରବାହିତ ହେଉଥିବାରୁ ତୁଳସୀପଦର ଗାଁରେ ପହଞ୍ଚିପାରିଲେନି ଡାକ୍ତରୀ ଟିମ୍‌। ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କଲେ। ତା ସହ ଔଷଧକୁ ପଲିଥିନ୍‌ରେ ବାନ୍ଧି ନଦୀର ଆରପଟକୁ ଫୋପାଡି ପହଞ୍ଚାଇଥିଲେ। ନବରଙ୍ଗପୁର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ନବରଙ୍ଗପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ସମସ୍ତ ନଦୀ ଓ ନାଳରେ ବଢିଛି ଜଳସ୍ତର। ଫଳରେ ଝା଼ଡାବାନ୍ତିରେ ଆକ୍ରାନ୍ତ ତୁଳସୀପଦର ଗାଁରେ ପହଞ୍ଚିପାରିଲେନି ସ୍ୱାସ୍ଥ୍ୟ ବିଭାଗ ଟିମ୍‌। ତୁଳସୀପଦର ନଦୀକୂଳରେ ରହି ଡାକବାଜି ଯନ୍ତ୍ର ଦ୍ୱାରା ଗ୍ରାମବାସୀଙ୍କୁ ଡାକି ସଚେତନ କରାଇଲେ। ପଲିଥିନ୍‌ରେ ଔଷଧ ବାନ୍ଧି ଆରପାରିକୁ ଫୋପାଡ଼ିଥିଲେ। ନଦୀର ଆରପାରିରେ ଗ୍ରାମବାସୀଙ୍କ ସହ ଅଙ୍ଗନୱାଡ଼ି ଦିଦି ଆସି ସେହି ଔଷଧକୁ ସଂଗ୍ରହ କରି ଗାଁକୁ ନେଇଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.