ବଣ୍ଡା ଘାଟିରେ ଜଳ କଷ୍ଟ, ପାଣି ଟୋପାଏ ପାଇଁ ହସ୍ତସନ୍ତ ଲୋକେ

ମାଲକାନଗିରି: ଯେଉଁଠି ଗାଈଗୋରୁ ଘୁଷୁରୀ ପାଣି ପିଉଛନ୍ତି ସେଇଠି ମଣିଷ ପାଣି ପିଇ ତୃଷା ମେଣ୍ଟାଉଛନ୍ତି । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ତାଗାବେଡାର । ଯେଉଁଠାରେ ବୁନ୍ଦାଏ ପାଣି ପାଇଁ ଛଟପଟ ସ୍ଥାନୀୟ ଲୋକେ । ଗାଁରେ ନାହିଁ ପାନୀୟ ଜଳ ବ୍ୟବସ୍ଥା କି କୌଣସି ମୌଳିକ ସୁବିଧା । ସତେ ଯେମିତି ଏହା ସରକାରଙ୍କ ସାବତ ଗାଁ । ଗାଁ ମୁଣ୍ଡରେ ବହିଯାଉଛି ଏକ ପାହାଡିଆ ଝରଣା । ଯେଉଁଠି ଜୀବଜନ୍ତୁ ଠାରୁ ଆରମ୍ଭ କରି ଗାଁ ଲୋକଙ୍କ ପିଇବା ପାଣି ପର୍ଯ୍ୟନ୍ତ ସବୁ କାମ ହୁଏ । ଆଉ ଏ କୌଣସି ନୂଆ କଥା ନୁହେ ବର୍ଷ ବର୍ଷ ଧରି ଏଭଳି ଦୁର୍ଦିନରେ ଜୀବନ କାଟୁଛନ୍ତି ବଣ୍ଡା ଜନଜାତି ।

ଦୂଷିତ ପାଣି ପାଣି ପିଇ ଅନେକ ରୋଗରେ ମୃତ୍ୟୁବରଣ କଲେଣି । ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନର ଚେତା ଫେରୁନି । ବଣ୍ଡା ଲୋକଙ୍କ ପାଇଁ ଲୋକଙ୍କ ସରକାର ଅନେକ କିଛି ଉର୍ନ୍ନତି କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏହା ତାର ନଗ୍ନ ଚିତ୍ର । ମନରେ ଅନେକ ଦୁଃଖ ହେଲେ ଅନେକ ପ୍ରଶାସନକୁ ଏହି ଦୁଃଖ ଜଣେଇ ନୟାନ୍ତ ହେଲେ କିଛି ଫଳ ନାହିଁ । ଆଉ ଆମେ ସେଠାରେ ପହଁଞ୍ଚିବା ପରେ ସେମାନଙ୍କ ସମସ୍ତ ଦୁଃଖ ଆମ ପାଖରେ ବଖାଣି ଥିଲେ । ସେମାନଙ୍କ ବିଶ୍ୱାସ ଅଛି ଆମ ମାଧ୍ୟମରେ ତାଙ୍କ ଦୁଃଖ ଜଣାଇଲେ ସରକାର କାଳେ ସେମାନଙ୍କ ସମସ୍ୟା ଦୂର କରିବେ ।

ଏଭଳି କିଛି ଏହି ନିରୀହ ନିସ୍କପଟ ଚେହେରାରୁ ବାରି ହେଇ ପଡୁଥିଲା । ମାଲକାନଗିରିର ଜିଲ୍ଲାର ଖଇରପୁଟ ବ୍ଲକ । ଏହି ବ୍ଲକରେ ମୁଦୁଲିପଡା ଓ ଅଣ୍ଡ୍ରାହାଲ୍ ଦୁଇଟି ପଞ୍ଚାୟତର ୩୧ଟି ଗାଁରେ ରୁହନ୍ତି ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟ । ଏମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାପାଇଁ ବଣ୍ଡା ଘାଟିର ମୁଦଲିପଡାଠାରେ ଖୋଲାଯାଇଛି ବଣ୍ଡା ଡେବ୍ଲଫ୍ ମେଣ୍ଟ୍ ଏଜେନ୍ସୀ । ଏମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଶହଶହ କୋଟି ଟଙ୍କା ଖର୍ଚ କରିଥାନ୍ତି ଏଜେନ୍ସି ଦାୟିତ୍ୱରେ ଥିବା ପୋଜେକ୍ଟ ଲିଡରଙ୍କ ଦ୍ବାରା ।

ଏହାପରେ ବି ଏମାନଙ୍କୁ ପାହାଡ ପର୍ବତ ଡେଇଁ ଚୁଁଆରୁ ପିଇବା ପାଣି ଆଣିବାକୁ ପଡିଥାଏ । ଏଭଳି ଅଭିଯୋଗ ଆସିବାପରେ ଆମେ ସ୍ଥିତି ପରଖିବା ପାଇଁ ପହଞ୍ଚିଥିଲୁ ବଣ୍ଡାଘାଟିର ମୁଦୁଲିପଡା ପଞ୍ଚାୟତ କିଛି ଗାଁକୁ । ସେଥିମଧ୍ୟରୁ କିର୍ଷାନିପଡା, କିଚିପଡା, ପିଣ୍ଡା ଡଙ୍ଗର, ଗୋବର୍ ପଡା, ତାଗାବେଡ଼ା ଭଳି ବଣ୍ଡାଘାଟିର ଅଧାରୁ ଅଧିକ ଗାଁର ଲୋକ ଦୁଇରୁ ତିନି କିଲୋମିଟର୍ ଚାଲି ଚୁଁଆରୁ ପାଣି ଆଣୁଥିବା ଦେଖିବାକୁ ମିଳିଛି । କିଛି ଗାଁ ଲୋକ କହିଛନ୍ତି ତାଙ୍କ ଗାଁରେ ଗୋଟିଏରୁ ଦୁଇଟି ନଳକୁଅ ଅଛି କିନ୍ତୁ ନଳକୁଅରୁ ପାଣି ବାହାରୁନି ।

ପାନୀୟ ଜଳର ସମସ୍ୟାକୁ ନେଇ ଗାଁ ଲୋକେ ବାରମ୍ବାର ଖଇରପୁଟୁ ବିଡିଓ ଏବଂ ବିଡିଏର ପ୍ରୋଜେକ୍ଟ ଲିଡରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ କଥାକୁ କେହିବି କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ଆଦିମ ଜନଜାତି ବଣ୍ଡା ଲୋକେ । ତ ଏଠି ପ୍ରଶ୍ନ ଉଠୁଛି ସରକାର ଏମାନଙ୍କ ଉନ୍ନତି କରିବାପାଇଁ ବର୍ଷବର୍ଷ ଧରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କେବେ ବଣ୍ଡାଘାଟୀରେ ପାନୀୟ ଜଳର ସମସ୍ୟା ଦୂର ହେବ ତାହାହିଁ ଦେଖିବାକୁ ବାକି ରହିଲା ।

Also read: ନଦୀରେ ଗାଧୋଇବା ବେଳେ ଅଘଟଣ, ଜଣେ ଯୁବକ ନିଖୋଜ