ପୋଖରୀ ପାଣି ପିଉଛନ୍ତି ଏଠାକାର ଲୋକେ
ପୋଖରୀରେ ଗରା ଏବଂ ବାଲଟିରେ ପାଣି ସଂଗ୍ରହ କରୁଛନ୍ତି । ଜଣ ଜଣ କରି ଗାଁର ସମସ୍ତ ମହିଳା ପାଣିକୁ ସଂଗ୍ରହ କରି ନେଉଛନ୍ତି ଘରକୁ । ଆଉ ଏହାକୁ ରୋଷେଇ ଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରିବେ ।

ପିପିଲି (କେନ୍ୟୁଜ) : ହାତରେ ଗରା ବାଲଟି ଧରି ଗାଁର ମହିଳାମାନେ ଆସୁଛନ୍ତି ଗାଁ ଠାରୁ ଦୂର ପୋଖରୀ କୂଳକୁ । ପୋଖରୀରେ ଗରା ଏବଂ ବାଲଟିରେ ପାଣି ସଂଗ୍ରହ କରୁଛନ୍ତି । ଜଣ ଜଣ କରି ଗାଁର ସମସ୍ତ ମହିଳା ପାଣିକୁ ସଂଗ୍ରହ କରି ନେଉଛନ୍ତି ଘରକୁ । ଆଉ ଏହାକୁ ରୋଷେଇ ଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରିବେ । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହିପରି ଦୂଷିତ ପୋଖରୀର ଜଳକୁ ବ୍ୟବହାର କରୁଛନ୍ତି ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ୱତୀପୁର ପଞ୍ଚାୟତର ସାନ ଗାଁ ଗ୍ରାମବାସୀ । ସ୍ୱଚ୍ଛ ଜଳ ଏମାନଙ୍କ ପାଇଁ ସତେ ଯେମିତି ସାତ ସପନ । ଗୁହାରି କଲେ ଶୁଣିବାକୁ କିଏ ବା ଅଛି । ନିର୍ବାଚନ ପରେ ନିର୍ବାଚନ ଆସୁଛି ଆଉ କେବଳ ମିଳୁଛି ଖାଲି ପ୍ରତିଶୃତି ଆଉ ପ୍ରତିଶୃତି ।
ଗାଁର ଜନ ସଂଖ୍ୟା ୭୫୦ରୁ ଅଧିକ ହେବ । ଲୋକମାନଙ୍କ ପାନୀୟ ଜଳ ସମସ୍ୟାକୁ ସମାଧାନ କରିବା ପାଇଁ ପିପିଲି ଗ୍ରାମ୍ୟଜଳ ଯୋଗାଣ ପକ୍ଷରୁ ଗାଁରେ ନଳକୂପ ବସାଯାଇଛି । ତେବେ ସେଥିରୁ ଦୁଇଗୋଟି ଅଚଳ ହୋଇଥିବାବେଳେ ଗୋଟିଏ କାର୍ଯ୍ୟକ୍ଷମ ହେଉଛି । ଆଉ ସେଥିରୁ ବାହାରୁଛି ଲୌହ ମିଶ୍ରିତ ପାଣି ଯାହାକୁ ବ୍ୟବହାର କରିବା ଗ୍ରାମବାସୀଙ୍କ ପାଇଁ କଷ୍ଟ ସାଧ୍ୟ । ବସୁଧା ଯୋଜାନା ମାଧ୍ୟମରେ ଲୋକମାନଙ୍କ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଓଭରହେଡ଼ ଟାଙ୍କି ନିର୍ମାଣ କରାଯାଇଛି ହେଲେ ଦୁଃଖ ଏବଂ ପରିତାପର ବିଷୟ ବୋରୱେଲକୁ ଖୋଳାଯିବା ସମୟରେ ପାଣିକୁ ଟେଷ୍ଟିଙ୍ଗ କରା ନ ଯାଇ ଲୌହ ମିଶ୍ରିତ ପାଣିକୁ ଲୋକମାନଙ୍କୁ ପିଇବା ପାଇଁ ଯୋଗାଇ ଦିଆଯାଇଛି ।
ଯେଉଁଥିରେ ଲୋକମାନେ ଲୁଗାପଟା ଧୋଇବା ସହିତ ବାସନ ମାଜୁଛନ୍ତି। ତେବେ ଗ୍ରାମରେ ରହିଛି ଦୁଇଗୋଟି ପୋଖରୀ ଏହି ପୋଖରୀର ଜଳକୁ ଗ୍ରାମବାସୀମାନେ ଗାଧୋଇବା ଠାରୁ ରୋଷେଇ କାଯ୍ୟଁ ସହିତ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି । ପାଇପ ଲାଇନ ମାଧ୍ୟମରେ ଲୌହ ମିଶ୍ରିତ ଜଳ ଯୋଗାଣକୁ ନେଇ ଗ୍ରାମବାସୀମାନଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏ ସମ୍ପର୍କରେ ପଂଚାୟତର ସରପଂଚ କହିଛନ୍ତି ସେ ବିଡ଼ିଓଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ବି କୌଣସି ସୁଫଳ ମିଳି ପାରିନାହିଁ । ସେପଟେ ବିଡ଼ିଓ ମୁହଁ ଖୋଲୁ ନ ଥିବାବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ କାଳୁ ଚରଣ ପାତ୍ର କହିଛନ୍ତି ମୁଁ ବାଇଟ୍ ଦେବି ନାହିଁ । ତେବେ ଶୁଣନ୍ତୁ କ’ଣ କହୁଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ । ପୋଖରୀର ଦୂଷିତ ଜଳକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ସମୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଗ୍ରାମବାସୀମାନଙ୍କୁ ସ୍ୱଛ ଜଳ ଯୋଗାଇବା ପାଇଁ ଦାବୀ ହେଉଛି ।