ମଣଦା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ସହାୟତାରେ ଚାଷୀଙ୍କୁ ପାଣି ସିଞ୍ଚନ ଯନ୍ତ୍ର ପ୍ରଦାନ
ରାଇରଙ୍ଗପୁର(କେନ୍ୟୁଜ୍) : ମଣଦା ବନାଞ୍ଚଳ ଅଧୀନ ଦୁଇଟି ଗ୍ରାମ କେଶାମ ଏବଂ କିତାବେଡାର ୫ ଜଣ ଚାଷୀଙ୍କୁ ପାଣି ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯାଇଛି । ଉଦ୍ୟାନ ବିଭାଗର ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY) ଦ୍ୱାରା ସଂଯୋଗୀକରଣ ମାଧ୍ୟମରେ ଚାଷୀଙ୍କୁ ଏହି ଯନ୍ତ୍ର ପ୍ରଦାନ କରାଯାଇଛି ।
ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ‘ହର କ୍ଷେତ୍ କୋ ପାନି’ ଏକ ଉନ୍ନତ ଯୋଜନା । ଯାହାଦ୍ୱାରା ଚାଷୀଙ୍କ ପାଣି ଅଭାବ ଦୂର କରାଯାଇପାରିବ । ମଣଦା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର ଓ ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ସଂଯୋଜକ ବିଜୟକିତେନ ବିଶ୍ୱାଳ ଓ ଅଭିଷେକ ପରୀକ୍ଷା ଏହି ସିଞ୍ଚନ ଯନ୍ତ୍ର ପ୍ରଦାନ କରିଥିଲେ ।
ଏହି ସଂଯୋଗୀକରଣ କାର୍ଯ୍ୟରେ ବିଶୋଇ ଉଦ୍ୟାନ ବିଭାଗ ଅଧିକାରୀ ଚନ୍ଦନ ଟୁଡୁ, ମଧୁସ୍ମିତା ମେନକା ହାଂସଦା, ବନରକ୍ଷୀ ଶ୍ରୀ ସୁନିଲ ମାଝି, ଭିଏସଏସ ସଭାପତି ଭୀମଚରଣ ହାଂସଦା, ଆନିମେଟର ଶ୍ରୀମତି କୁନି ନାୟକ, ଅଜିତ କୁମାର ଗିରି ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।