ଲୋକଙ୍କୁ ପିଇବା ପାଣି ଦେବାରେ ବିଫଳ ସମ୍ବଲପୁର ପିଏଚ୍ଡି ବିଭାଗ, ୧୨ ନମ୍ବର ଓ୍ଵାର୍ଡ ଡେଙ୍ଗିମଚାରେ ଅମୃତ ଧାରା ଯୋଜନାରେ ମହାଦୁର୍ନୀତି ଅଭିଯୋଗ
![tap](https://knewsodisha.com/wp-content/uploads/2019/11/tap.jpg)
ସମ୍ବଲପୁର : ଲୋକଙ୍କୁ ପିଇବା ପାଣି ଦେବାରେ ବିଫଳ ସମ୍ବଲପୁର ପିଏଚ୍ଡି ବିଭାଗ । ୧୨ ନମ୍ବର ଓ୍ଵାର୍ଡ ଡେଙ୍ଗିମଚାରେ ଅମୃତ ଧାରା ଯୋଜନାରେ ଏହି ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସରକାରଙ୍କ ନିୟମ ଅନୁଯାୟୀ ଗୋଟିଏ ବିପିଏଲ୍ ପରିବାରକୁ ଗୋଟିଏ ଷ୍ଟାଣ୍ଡ ଦେବା ସହ ଗୋଟିଏ ଟ୍ୟାପ୍ ଦେବା କଥା । କିନ୍ତୁ ସମ୍ପୃକ୍ତ ଠିକାଦାର ଏବଂ ବିଭାଗ ନିୟମକୁ ଜଳାଞ୍ଜଳୀ ଦେଇ ଏକାଧିକ ଟ୍ୟାପ୍ ଦେବାର ଦୃଶ୍ୟ ଦେଖିବାକୁ ମିଳିଛି । କେଉଁଠି ଗୋଟିଏ ଷ୍ଟାଣ୍ଡ ପୋଷ୍ଟରେ ୪ ଟି କନେକ୍ସନ୍ ତ କେଉଁଠି ରହିଛି ୭ ଟି କନେକ୍ସନ୍ । କେବଳ ଏହି ଅଞ୍ଚଳରେ ନୁହେଁ ବୁର୍ଲାରେ ମଧ୍ୟ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ଏନେଇ ଜନସ୍ୱାସ୍ଥ୍ୟ ବିଭାଗ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ।