ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ, ୧୮ରେ ବର୍ଷାର ପରିମାଣ ବଢ଼ିବା ସହ କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ

ଗତକାଲିଠୁ ପାଗରେ ପରିବର୍ତ୍ତନ ଦେଖାଦେଇଛି । କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୧୮ରେ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଲାଗି ରହିଛି ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଉପଗ୍ରହ ଚିତ୍ରରୁ ଝଡ଼-ପବନ ସୃଷ୍ଟିକାରୀ ମେଘ ସମୂହ ସ୍ପଷ୍ଟ ହେଉଛି । ୪୦ରୁ ୫୦ କିମି ବେଗରେ ଝଡ଼-ପବନ ସୃଷ୍ଟିକାରୀ ମେଘ ସମୂହ ରହିଛି । ସେହିପରି ଆସନ୍ତା ୧୮ ତାରିଖରେ କୁଆପଥର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୧୮ରେ ବର୍ଷାର ପରିମାଣ ବଢ଼ିବା ସହ କିଛି ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।

କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ଚେତାବନୀ ଜାରି କରାଯାଇଛି । ଗତକାଲିଠୁ ପାଗରେ ପରିବର୍ତ୍ତନ ଦେଖାଦେଇଛି । କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ସକାଳ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।….

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.