ପୁଣି ଫେରିବ ମୌସୁମୀ : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି

rain

ଭୁବନେଶ୍ବର : ରାଜ୍ୟରେ ପୁଣି ମୌସୁମୀ ବର୍ଷା ବର୍ଷିବା ପାଇଁ ଯାଉଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ୬ ତାରିଖରେ ବର୍ଷାର ପରିମାଣ ବଢିବ। ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ବନ୍ୟା ପରିସ୍ଥିତ ସୃଷ୍ଟି ହେବାର ଆଶଙ୍କା ଥିବାରୁ ସତର୍କ ରହିବାକୁ କୁହାଯାଇଛି। ଜୁଲାଇ ୯ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ।

କେଉଁଠି ବର୍ଷା ତ କେଉଁଠି ଖରା । ନୂଆପଡ଼ା ଜିଲ୍ଲାରେ ବର୍ଷା ଅଭାବରୁ ଗଜା ହେବାକୁ ବସିଛି ଫସଲ। ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ ବିହନ ବୁଣିଥିଲେ। ହେଲେ ବର୍ଷା ଅଭାବରୁ ଗଜାମରୁଡିର ଶୀକାର ହେଉଛନ୍ତି ଚାଷୀ।  ଏହାକୁ ନେଇ ସେମାନଙ୍କ ଚିନ୍ତା ବଢିଯାଇଛି।

Leave A Reply

Your email address will not be published.