ସକ୍ରିୟ ରହିଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ, ୪୮ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ସକ୍ରିୟ ରହିଛି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ ୩୧ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ୩୦ ତାରିଖ ବେଳକୁ ବର୍ଷା ପରିମାଣ ବଢିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ସତର୍କତା ଭାବେ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।