ରାଜଧାନୀ ଭୁବନେଶ୍ୱର ସମେତ କେତେକ ସ୍ଥାନରେ ବର୍ଷା, ଦୁଇ ଦିନ ଯାଏଁ ପାଗ ରହିବ ଅପରିବର୍ତ୍ତିତ

ଭୁବନେଶ୍ଵର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାର ପାଗ ମେଘୁଆ ରହିଛି । ଆଜି ଗଜପତି, ଗଞ୍ଜାମ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇଥିବା ସୂଚନା ମିଳିଛି । ମାଲକାନଗିରି, କୋରାପୁଟ, ଗଜପତି, ନବରଙ୍ଗପୁରରେ ଆସନ୍ତା କାଲି ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲା ମାନଙ୍କରେ ବର୍ଷା ହେବ ନାହିଁ କିନ୍ତୁ ଆକାଶ ମେଘୁଆ ରହିବ ।

ଏଭଳି ପାଗ ଆଗାମୀ ୪୮ ଘଣ୍ଟା ଯାଏ ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିଛି । ଏହା ପ୍ରଭାବରେ ଦିନେରୁ ଦୁଇ ଦିନ ଯାଏଁ ଶୀତ କମିପାରେ । ଆଜି ସୋନପୁର ଜିଲ୍ଲର ସର୍ବନିମ୍ନ ତାପମାତ୍ରା ୧୪. ଡିଗ୍ରୀ ଥିବା ନେଇ ରେକର୍ଡ ହୋଇଥିଲା। ଦୁଇ ଦିନ ପରେ ପୁଣି ଶୀତ ଫେରିବାର ସମ୍ଭାବନା ରହିଛି । ରାଜଧାନୀ ଭୁବନେଶ୍ୱର ସମେତ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.