ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି: ଆଜିଠୁ ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ଆଜି ଓ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ହି୍ଟୱେଭ ସମ୍ଭାବନା ରହିଛି । ଗ୍ରୀଷ୍ମ ଲହରି ନେଇ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପରୁ, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ଭୁବନେଶ୍ୱର (କେନ୍ୟୁଜ): ପୁଣି ଅସହ୍ୟ ତାତି । ତାସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ଆଜି ଓ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ହି୍ଟୱେଭ ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗ୍ରୀଷ୍ମ ଲହରି ନେଇ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପରୁ, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।
ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି ୟେଲୋ ୱାର୍ଣ୍ଣିଂ । ଗତକାଲି ରାଜ୍ୟରେ ୧୮ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା । ୪୪.୪ ଡିଗ୍ରୀ ସେଲସିୟସ୍ ସହ ସବୁଠୁ ଉତ୍ତପ୍ତ ସହର ଥିଲା ବଲାଙ୍ଗିର । ୪୪ ଡିଗ୍ରୀରେ ଜଳିଥିଲା ଟିଟିଲାଗଡ଼ । ଝାରସୁଗୁଡ଼ାରେ ୪୩.୬ ଓ ଭବାନୀପାଟଣାରେ ତାପମାତ୍ରା ରହିଥିଲା ୪୩.୫ ଡିଗ୍ରୀ ସେଲସିୟସ୍ । ୧୮ ଏବଂ ୧୯ ତାରିଖ ପାଇଁ ଝଡ଼ ପବନ ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୧୮ ତାରିଖ ପାଇଁ ୧୬ ଜିଲ୍ଲା ଓ ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।