୭ରେ ଲଘୁଚାପ, ବାତ୍ୟା ନେଇ ସନ୍ଦେହ: ଆଞ୍ଚଳିକ ପାଣିପାଗର ସୂଚନା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୭ରେ ଲଘୁଚାପ ସମ୍ଭାବନା । ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଏନେଇ ଟ୍ଵିଟ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ । ଆଇଏମଡିର ପରିବ୍ୟାପ୍ତ ରେଞ୍ଜ ଆକଳନରୁ ସୂଚନା ମିଳିଛି ଯେ, ଏପ୍ରିଲ ପ୍ରଥମ ସପ୍ତାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସାଇକ୍ଲୋନିକ ସର୍କୁଲେସନ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋିପାରେ । ଏହା ଉପରେ ପାଣିପାଗ ବିଭାଗ ପକ୍ଷରୁ ନଜର ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.