ଆଉ ୪ ଦିନ ବର୍ଷିବ, ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ଆଉ ୪ ଦିନ ବର୍ଷିବ । ରାଜ୍ୟରେ ଆଉ ୪ ଦିନ ବର୍ଷା ହେବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।

ଗତକାଲି ରାଜ୍ୟର ଅନେକ ସ୍ଥାନରେ ନିର୍ଧୁମ ବର୍ଷା ହୋଇଥିଲା । କୁଆପଥରର ବଡ଼ ବଡ଼ ଖଣ୍ଡ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ଯାଜପୁର ଧର୍ମଶାଳା ବ୍ଲକରେ ୧ କିଲୋ ଓଜନର କୁଆପଥର ପଡ଼ିଛି । ଖୋର୍ଦ୍ଧା, କଟକ, ବାଲେଶ୍ୱର, ବଲାଙ୍ଗିର ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଛି। ଆସନ୍ତା ୨୪ ତାରିଖ ବେଳକୁ ଆଉ ଥରେ ପଶ୍ଚିମା ଝଡ଼ ଆସିବା ସମ୍ଭାବନା ରହିଛି। ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ସେହି ଝଡ଼ର ପ୍ରଭାବ ରହିପାରେ।

Leave A Reply

Your email address will not be published.