ପୁଣି ଅସହ୍ୟ ହେଲାଣି ଗ୍ରୀଷ୍ମପ୍ରବାହ : ପଶ୍ଚିମରେ ତାତି, ଉପକୂଳରେ ପ୍ରବଳ ଗୁଳୁଗୁଳି

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ୩୨.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୭୯ ପ୍ରତିଶତ ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ହେଉଛି । ଗତକାଲି ପଶ୍ଚିମ ଓଡ଼ିଶାର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା ।

ଭୁବନେଶ୍ୱର (କେନ୍ୟୁଜ): ଦୀର୍ଘଦିନ ପରେ ରାଜ୍ୟକୁ ଫେରିଛି ତାତି । ପୁଣି ଅସହ୍ୟ ହେଲାଣି ଗ୍ରୀଷ୍ମପ୍ରବାହ । ସକାଳ ୮ଟାରୁ ଟାଇଁ ଟାଇଁ ଖରା । ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କଲାଣି । ବାହାରକୁ ବାହାରିଲେ ତାତି ଯାଉଛି ମୁହଁ ହାତ । ପଶ୍ଚିମ ଓଡ଼ିଶାରେ ତାତି ଅଧିକ ରହୁଥିବା ବେଳେ ଉପକୂଳରେ ଅଧିକ ହେଉଛି ଗୁଳୁଗୁଳି ।

ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରରେ ୩୨.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୭୯ ପ୍ରତିଶତ ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ହେଉଛି । ଗତକାଲି ପଶ୍ଚିମ ଓଡ଼ିଶାର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିଲା । ବୌଦ୍ଧରେ ତାତି ଥିଲା ୪୨ ଡିଗ୍ରୀ । ସେହିପରି ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୧.୬ ଡିଗ୍ରୀ ଲେଖାଏ ଥିଲା ଦିନର ତାତି । ରାଉରକେଲାରେ ୪୧.୪, ସୁନ୍ଦରଗଡ଼ରେ ୪୧ ଓ ବଲାଙ୍ଗିରରେ ପାରଦ ଥିଲା ୪୧ ଡିଗ୍ରୀ ସେଲସିୟସ୍‌ । ଗତକାଲି ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠୁ ଅଧିକ ରହିଥିଲା ।