ରାଜ୍ୟ

ଧୋକା ଦେଲା ମୌସୁମୀ: କେରଳ ଛୁଇଁବାକୁ ଲାଗିପାରେ ଆହୁରି ସମୟ

ଭୁବନେଶ୍ୱର (କେନ୍ୟୁଜ): ମୌସୁମୀ ଆସିବାରେ ଆହୁରି ବିଳମ୍ବ ହେବ। ସମ୍ଭାବ୍ୟ ଲଘୁଚାପ ଯୋଗୁ କେରଳ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ମୌସୁମୀ ବାୟୁ ପ୍ରଭାବିତ ହେଉଛି। ଏଥିପାଇଁ କେରଳରେ ମୌସୁମୀ ପହଞ୍ଚିବାକୁ ଆହୁରି ସମୟ ଲାଗିପାରେ। ଓଡ଼ିଶାରେ ବହୁ ବିଳମ୍ବରେ ମୌସୁମୀ ପହଞ୍ଚିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏଯାଏ କେରଳରେ ମୌସୁମୀ ବାୟୁ ପହଞ୍ଚିନଥିବାବେଳେ ଓଡ଼ିଶାରେ ୧୫ ତାରିଖ ପରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ।

ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭବାନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଏହି ଲଘୁଚାପ ଉତ୍ତର ଦିଗକୁ ଗତି କରିବ। ପରେ ଏହା ଅବପାତରେ ପରିଣତ ହୋଇପାରେ। ଏହି ଅବପତା ପ୍ରଭାବରେ କେରଳ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁତର ପ୍ରଭାବିତ ହେବ ବୋଲି ଆକଳନ କରିଛି। ମୌସୁମୀ କେରଳ ଉପକୂଳ ଛୁଇଁବାକୁ ଆହୁର ୨ ରୁ ୩ ଦିନ ଲାଗିପାରେ। ଏଣି ଓଡ଼ିଶାରେ ମୌସୁମୀ ପହଞ୍ଚିବା ବେଳକୁ ୧୮ରୁ ୧୯ ତାରିଖ ହୋଇଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏପଟେ ଆସନ୍ତା ୮ ତାରିଖରୁ ରାଜ୍ୟରେ ତାତି ଆହୁରି ବଢିବ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ପାଖାପାଖି ରହିବ।

 

Barsha

Recent Posts

କୋର୍ଟର ଦ୍ବାରସ୍ଥ ହେଲେ ରବିନା ଟଣ୍ଡନ, ନକଲି ମାରପିଟ୍ ଭିଡିଓ ସେୟାର କରିଥିବା ବ୍ୟକ୍ତିଙ୍କୁ ପଠାଇଲେ ନୋଟିସ୍

କିଛି ଦିନ ପୂର୍ବରୁ ରବିନା ଟଣ୍ଡନ୍ ଲାଇମ୍ ଲାଇଟକୁ ଆସିଥିଲେ ଯେତେବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।…

13 mins ago

ମିଥ୍ୟା ଗୁଜବ ପ୍ରସାରଣରୁ ନିବୃତ୍ତ ରୁହନ୍ତୁ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ‘X’ରେ ପରାମର୍ଶ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍ୱାଧୀନତା ଦିବସ ଠାରୁ ଓଡ଼ିଶାରେ ବନ୍ଦ ହେବ ଦେଶୀ ବିଦେଶୀ ମଦ…

44 mins ago

ସମୁଦ୍ରକୁ ମାଛ ଧରିବାକୁ ବାହାରିଲେ ୨୦୦ରୁ ଅଧିକ ବୋଟ୍, ବରୁଣ ଦେବଙ୍କୁ କଲେ ଆବାହନ

ପାରାଦୀପ (କେନ୍ୟୁଜ):  ପୁଣି ଥରେ ଚଳଚଂଚଳ ହୋଇ ଉଠିଛି ପାରାଦୀପ ମାଛଧରା ବନ୍ଦର । ମାଛ ବଂଶ ବୃଦ୍ଧି ପାଇଁ ଉଭୟ…

1 hour ago

ଅଯୋଧ୍ୟାରୁ ଦର୍ଶନ ସାରି ଫେରୁଥିଲେ; ରାସ୍ତାରେ କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଦଗ୍ଧ ହେଲେ ପତ୍ନୀ

ବିହାରର ସାରଣ ଜିଲ୍ଲାର ଛାପରାରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଏଠାରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି…

1 hour ago

ରଜ ସଂକ୍ରାନ୍ତିରେ ଅଘଟଣ: ପୋଖରୀରେ ବୁଡ଼ି ୨ ଭାଇଙ୍କ ମୃତ୍ୟୁ

ରେଢାଖୋଲ (କେନ୍ୟୁଜ): ରେଢାଖୋଲରେ ଅଘଟଣ ।  ପୋଖରୀରେ ବୁଡ଼ି ୨ଭାଇଙ୍କ ମୃତ୍ୟୁ ।  ରେଢାଖୋଲ ସହର କଳିନ୍ଦର ସାହିରେ ଏହି…

1 hour ago

ଉତ୍ତରାଖଣ୍ଡ: ରୁଦ୍ରପ୍ରୟାଗରେ ନଦୀକୁ ଖସିଲା ଯାତ୍ରୀବାହୀ ଗାଡି, ଗାଡିରେ ଥିଲେ ୨୩ ଯାତ୍ରୀ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଯାତ୍ରୀବାହୀ ଗାଡି ଅଳକାନନ୍ଦା ନଦୀରେ ଖସିପଡିଥିବା ଖବର ମିଳିଛି ।…

2 hours ago