ଘରୋଇ ସ୍କୁଲ ନାଁରେ ସୋସିଆଲ ମିଡିଆରେ ଅପପ୍ରଚାର କରି ଫସିଲେ ୱେବ ଚ୍ୟାନେଲ ଏଡିଟର, ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ଘରୋଇ ସ୍କୁଲ ବିଷୟରେ ସୋସିଆଲ ମିଡିଆରେ ଅପପ୍ରଚାର କରିବା ପଡିଲା ମହଙ୍ଗା । ଗିରଫ ହେଲେ ୱେବ୍ ଚ୍ୟାନେଲ   ଏଡିଟର । ତାଙ୍କ ନାମ ପ୍ରକାଶ ରଥ। ପ୍ରକାଶ ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ।

ସୂଚନା ମୁତାବକ ଘରୋଇ ସ୍କୁଲ ନାଁରେ ସୋସିଆଲ ମିଡ଼ିଆରେ ଖବର ପ୍ରସାରଣ ନେଇ ଥାନାରେ ଅଭିଯୋଗ କରିଥିଲେ ସ୍କୁଲ କତୃପକ୍ଷ । ଏନେଇ ପ୍ରକାଶଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କୁହାଯାଇଥିବା ବେଳେ, ଥାନାରେ ହାଜର ହେବା ପାଇଁ ନୋଟିସ ଦିଆଯାଇଥିଲା। କିନ୍ତୁ ପ୍ରକାଶ ନୋଟିସକୁ ବେଖାତିର କରିବା ସହ ପୋଲିସକୁ ତଦନ୍ତରେ ସହଯୋଗ କରିନଥିଲେ । ଏହାପରେ ବାରମ୍ବାର ସୋସିଆଲ ମିଡ଼ିଆରେ ସ୍କୁଲ ବାବଦରେ ଲେଖି ଚାଲିଥିଲେ । ଅଭିଯୁକ୍ତ ବିରୋଧରେ ଆଇପିସିର ଦଫା – 467,469,500,504 ଏବଂ 67 IT actରେ ମାମଲା ରୁଜୁ କରାଯାଇଛି। ତେବେ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।