ଭୁବନେଶ୍ୱର(କେ ନ୍ୟୁଜ): ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୱେବ ପୋର୍ଟାଲ ସଂପାଦକ ସୁଧାଂଶୁ ଶେଖର ରାଉତ ଭୁବନେଶ୍ୱର ମହିଳା ଥାନାରେ ଅଟକ । ତାଙ୍କୁ ପଚରାଉଚରା କରାଯାଉଛି । ସଂପୃକ୍ତ ୱେବପୋର୍ଟାଲ ଅଫିସରେ ମହିଳା ଥାନା ପକ୍ଷରୁ ଛାନଭିନ କରାଯାଇଛି । ଅଫିସରେ ବ୍ୟବହୃତ କଂପ୍ୟୁଟର, ଲାପଟପ୍ ଓ ଅନ୍ୟାନ୍ୟ ସାମଗ୍ରୀ ଆଦିକୁ ଜବତ କରି ତଦନ୍ତ ଚାଲିଛି । ଏହା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ଆଇପିସିର ଧାରା ୨୯୨, ୩୫୪, ୩୮୫, ୫୦୬, ୫୦୯, ୧୨୦-B ଲାଗିଛି । ଦୂତୀ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ମର୍ଯ୍ୟାଦାହାନୀ, ଅଶ୍ଳୀଳ ମନ୍ତବ୍ୟ ଦେବା ଓ ଧମକ ଆଦି ନେଇ ଦଫା ଲଗାଯାଇଛି । ଗତକାଲି ଅଲିମ୍ପିଆନ ଦୂତୀ ଚାନ୍ଦ କାନ୍ଦି କାନ୍ଦି ନ୍ୟାୟ ମାଗିଥିଲେ । ଆଉ କହିଥିଲେକି ପିଲାଟି ବେଳୁ ସଂଘର୍ଷ ଓ ପରିଶ୍ରମ କରି ଅଲିମ୍ପିଆନ ହୋଇପାରିଛନ୍ତି ଆଉ ସଫଳତା ପାଇପାରିଛନ୍ତି । ଭାରତରେ ୩୭ ବର୍ଷ ପରେ ଜଣେ ଧାବିକା ଭାବେ ସେ ଅଲମ୍ପିକ୍ସରେ ଅଂଶ ଗ୍ରହଣ କରିପାରିଛନ୍ତି । କିନ୍ତୁ ସେ ଯେତେବେଳେ ଅଲମ୍ପିକ୍ସରେ ବିଶ୍ୱସ୍ତରୀୟ ଆଥଲେଟ୍ଙ୍କ ସହ ପ୍ରତିଯୋଗିତା କରୁଥିଲେ, ସେ ସମୟରେ ଦୁଇ ଜଣ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକାରାତ୍ମକ ଟିପ୍ପଣୀ ଦେଉଥିଲେ । ଜଣେ େଓ୍ଵବ ଚ୍ୟାନେଲ ଏଡିଟର ସୁଧାଂଶୁ ଶେଖର ରାଉତ ଏବଂ ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନଙ୍କ ନାଁ ନେଇଥିଲେ ଦୂତୀ ଚାନ୍ଦ ।
ଜୁଲାଇ ୩୧ରେ ଶହେ ମିଟର ଦୌଡ ଶେଷ ହେବା ଅଗଷ୍ଟ ୨ ତାରିଖରେ ମୋର ଦୁଇ ଶହ ମିଟର ଦୌଡ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଜୁଲାଇ ୩୧ରୁ ସେମାନେ ସାମାଜିକ ଗଣମାଧ୍ୟମରେ ଲେଖିବା ଆରମ୍ଭ କଲେ ଓ ମନ୍ତବ୍ୟ ଦେଲେ । ଦୂତୀ କହିଛନ୍ତି ତାଙ୍କ କୋଚ୍ ସହ ଯେଉଁମାନେ ତାଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କୁ ମଧ୍ୟ ବଦନାମ କରିବାକୁ ଚେଷ୍ଟା କରାଯାଇଥିଲା। ଖେଳପ୍ରେମୀ ସର୍ବଦା ଖେଳାଳିଙ୍କୁ ଉତ୍ସାହିତ କରନ୍ତି । କିନ୍ତୁ ଦୁଃଖର ବିଷୟ ନକାରାତ୍ମକ ମନ୍ତବ୍ୟ ଦେଇ ତାଙ୍କୁ ନିରୁତ୍ସାହିତ କରାଯାଉଥିବା କହିଛନ୍ତି ଦୂତୀ । ବାରମ୍ବାର ଫୋନ କରି ବ୍ୟତିବ୍ୟସ୍ତ କରାଯାଉଥିବା ସହ ମାନସିକ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ମହିଳା ଥାନାରେ ସେମାନଙ୍କ ନାଁରେ ମାମଲା ଦାୟର କରିଥିଲେ । ଏହାସହ ସିନିୟର ସିଭିଲ ଜଜ୍ ଭୁବନେଶ୍ୱରଙ୍କଠାରେ ପାଞ୍ଚ କୋଟି ଟଙ୍କା ମାନହାନୀ ମୋକଦ୍ଦମା ସହ କ୍ରିମିନାଲ କେସ ମଧ୍ୟ ଫାଇଲ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ମାନସିକ ନିର୍ଯାତନା ସହ ତାଙ୍କ ଚରିତ୍ର ଓ ଫଳାଫଳକୁ ନେଇ ବିଭିନ୍ନ ପ୍ରକାର ମିଥ୍ୟା ଖବର ପ୍ରକାଶ କରାଯାଇଥିଲା । ଫଳରେ ବିଭିନ୍ନ ବ୍ରାଣ୍ଡରୁ ମିଳିଥିବା ବିଜ୍ଞାପନ କ୍ୟାନସଲ ହୋଇଛି । ଏବେ ସେ ଆଇନ ଆଶ୍ରୟ ନେଇଛନ୍ତି। ନ୍ୟାୟ ନମିଳିଲେ ଓଡିଶା ଛାଡିବେ ବୋଲି ଛଳ ଛଳ ଆଖିରେ କହିଥିଲେ ଆଥଲେଟ୍ ଦୂତୀ ଚାନ୍ଦ ।
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…
Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…
ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…
ମହାକାଳପଡ଼ା (କେନ୍ୟୁଜ): ଗାତରେ ଫସିଗଲା ବଉଳା କୁମ୍ଭୀର । ନିର୍ମାଣାଧୀନ ସେତୁର ଗର୍ତ୍ତରେ ଫସି ଯାଇଛି କୁମ୍ଭୀର । କେନ୍ଦ୍ରାପଡା…